ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର
ଚନ୍ଦ୍ର – ଧନୁ ସନ୍ଧ୍ୟା ୦୫/୫୫ ଗତେ ମକର
ଘାତ ବାର - ତୁଳା, କୁମ୍ଭ ରାଶିର,
ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,୧ପାଦ -ପଶୁ ସମ୍ପଦ ନାଶ-ଅନ୍ନ ଦାନ ଦିବା ୯/୪୫ ପର୍ଯ୍ୟନ୍ତ, ତତ୍ପରେ ଦିବା ୧୨/୩୭/୩୬ ଗତେ ୧ ପାଦ - କୁଟୁମ୍ଭ ହାନି- ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ ୦୫/୧୧ ରୁ ୦୬/୦୩
ଦିବା ୦୯/୩୫ ରୁ ୧୧/୨୦
ସନ୍ଧ୍ୟା ୦୭/୦୬ ରୁ ୦୯/୧୬
ରାତ୍ରି ୦୧/୦୮ ରୁ ୦୨/୧୮
ରାତ୍ରି ୦୩/୪୫ ରୁ ୦୫/୧୧
ଅଶୁଭ ସମୟ:-
ରାହୁକାଳ- ଦିବା ୦୧/୨୬ ରୁ ୦୩/୦୫
କାଳବେଳା- ଦିବା ୦୪/୪୪ ରୁ ୦୪/୪୪
ବାରବେଳା – ଦିବା ୦୪/୪୪ ରୁ ୦୬/୧୮
କାଳରାତ୍ରି- ରାତ୍ରି ୧୧/୪୭ ରୁ ୦୧/୦୮
ଆଜିର ରାଶିଫଳ:-
ମେଷ
ଅଶ୍ୱନୀ – ଯାନବାହନରେ ସଂସ୍କାର ଆଣିବା ସହିତ ଭ୍ରମଣ କରିପାରନ୍ତି
ଦ୍ୱିଜା – ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ସୀମିତ ରହିବ
କୃତିକା – କଠିନ କର୍ମ ସମ୍ପନ କରି ପ୍ରଂଶସା ଅର୍ଜନ କରିବେ
ପ୍ରତିକାର- ଲାଲ ରଙ୍ଗର ଗାଇର ଖୁରାକୁ ଛୁଇଁ ପ୍ରଣାମ କରନ୍ତୁ
ବୃଷ
କୃତିକା - ଶାରିରୀକ ଦୁର୍ବଳତା ଦେଖାଦେବ
ରୋହିଣୀ – ଆକସ୍କିକ ବିପଦ ଦେଖାଦେଇପାରେ
ମୃଗଶିରା – ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ
ପ୍ରତିକାର – ଗାଇକୁ ଦୂବ ଘାସକୁ ନିଜ ହାତରେ ଖାଇବାକୁ ଦିଅନ୍ତୁ
ମିଥୁନ:-
ମୃଗଶିରା- ପିଲାମାନେ ଶାନ୍ତି ପ୍ରିୟ ହେବେ
ଆଦ୍ରା- ବ୍ୟବସାୟରେ ଆୟବ୍ୟୟ ସମାନ ରହିବ
ପୁନର୍ବସୁ - ରାଜନୈତିକ ନେତା ମାନେ ଶାନ୍ତିକାରୀ ହେବେ
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
କର୍କଟ:-
ପୁନର୍ବସୁ - ପିଲାମାନେ କର୍ମପଥରେ ଅଗ୍ରସର ହେବେ
ପୁଷ୍ୟା – କୃଷି କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ
ଅଶ୍ଳେଷା – ଉତ୍ସାହ, ପ୍ରେରଣା ପାଇଁ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ
ପ୍ରତିକାର – ଅରୁଆ ଚାଉଳରେ ମହୁ ମିଶାଇ ଜଳରେ ଭସାୟି ଦିଅନ୍ତୁ
ସିଂହ:-
ମଘା – ଜଣେ ଅଜଣା ବ୍ୟକ୍ତି ଆପଣଙ୍କର ମାଗ ଦର୍ଶନ ସାଜି ପାରନ୍ତି
ପୂ , ଫାଲଗୁନୀ - ବହୁତ ଦିନର ଅପୂର୍ବଆଶା ପୂରଣ ହେବ
ଉ ,ଫାଲଗୁନୀ – ଅଭାବ ଦୂର କରିବାକୁ ପ୍ରୟାସ କରିବେ
ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ
କନ୍ୟା:-
ଉ , ଫାଲଗୁନୀ - ବ୍ୟବସାୟ ସଂପୂର୍ଣ୍ଣ କ୍ଷତିରେ ଚାଲିପାରନ୍ତି
ହସ୍ତା - ମାଲିମକନ୍ଦମାରେ ପଡି ଖର୍ଚ୍ଚାନ୍ତ ହୋଇପାରନ୍ତି
ଚିତ୍ରା – ଗୃହ ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇ ପଡିବେ
ପ୍ରତିକାର - ନାରାୟଣଙ୍କୁ ତୁଳସୀ ପତ୍ର ଭୋଗ କରନ୍ତୁ
ତୁଳା:-
ଚିତ୍ରା – ପରିଶ୍ରମରୁ ଜୀବନ ସୁଖମୟ ହେବ
ସ୍ୱାତୀ – ସତର୍କତାର ସହ କାମ କରିଲେ ସଫଳତା ମିଳିବ
ବିଶାଖା – ସାହିତ୍ୟ କବିତା ଅବସରରେ ଯୋଗ ଦେବେ
ପ୍ରତିକାର – ଭାର୍ଗବୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ବିଛା:-
ବିଶାଖା - ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ
ଅନୁରାଧା - ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ
ଜ୍ୟେଷ୍ଠା – କୌଣସି ନୂତନ ଜାଗା କ୍ରୟ କରିବାକୁ ସୁଯୋଗ ପାଇବେ
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ:-
ମୂଳା– ଚାକିରିରେ ପ୍ରାଧ୍ୟନ ମିଳିବ ଓ ପ୍ରଶଂସିତ ହେବେ
ପୂ , ଷାଢା – ସାଧୁ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି
ଉ , ଷାଢା – ଭାଇ-ଭାଇ ମଧ୍ୟରେ ସୁ- ସଂପର୍କ ସୁଦୃଢ ହେବ
ପ୍ରତିକାର – ଗୁରୁଜନ ମାନଙ୍କର ଆଜ୍ଞା ପାଳନ କରନ୍ତୁ
ମକର:-
ଉ , ଷାଢା - ଅଳ୍ପ କଥାରେ ବିରକ୍ତି ଭାବ ପ୍ରକାଶ କରିବେ
ଶ୍ରବଣା – ଆଶାଶୂନ୍ୟ ପରିସି୍ଥତିରୁ ମାନସିକ ଅବସାଦ ଦେଖାଦେବ
ଧନିଷ୍ଠା – ଦୂର୍ଘଟଣାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ
ପ୍ରତିକାର – ସକାଳୁ ଗାଧୋଇ ସାରି ବରଗଛ ମୂଳରେ କ୍ଷୀର ଢାଳନ୍ତୁ
କୁମ୍ଭ
ଧନିଷ୍ଠା - ଚାକିରୀ କ୍ଷେତ୍ରରେ ଶ୍ରମ ବୃଦ୍ଧି ହେବ
ଶତଭିଷା – ସାଂସାରିକ ନୂତନ ଦର୍ଶନ ପାଇବ
ପୂ , ଭାଦ୍ରପଦ – ଅର୍ଥ ଲାଭ ସାଙ୍ଗକୁ ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ
ପ୍ରତିକାର – ଶନି ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ମୀନ
ପୂ , ଭାଦ୍ରପଦ - ସାହସ ବାନ୍ଧି କୌଣସି କାମ ଆରମ୍ଭ କରି ଅବଶ୍ୟ ସଫଳତା ପାଇବେ
ଉ , ଭଦ୍ରପଦ - ଯୁକ୍ତିଯୁକ୍ତ କଥା କହି ପରିସି୍ଥତିକୁ ସୁଧାର ନେବେ
ରେବତୀ – ଜଣେ ବନ୍ଧୁ ଆଜି ଆପଣଙ୍କ ସକାଶେ ହିତକର ହେବ
ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ରକୁ ୨୧ ଥର ପାଠ କରନ୍ତୁ ।
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)