• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର, ତିଥି – ୨ୟା ଦିବା ୦୪/୩୯ ଗତେ ୩ୟା, ଚନ୍ଦ୍ର – ମକର ରାତ୍ରି ୦୪/୧୭ ଗତେ କୁମ୍ଭ, ଘାତ ଚନ୍ଦ୍ର- ସିଂହ ରାଶିର , ରାତ୍ରି ୦୪/୧୭ ଗତେ ମିଥୁନ ଓ ମୀନ ରାଶିର,ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ଦିବା ୦୪/୩୯ ପର୍ଯ୍ୟନ୍ତ ।

ଶୁଭ ସମୟ :-

ପ୍ରାତଃ ୦୭/୧୨ ରୁ ୦୭/୦୪

ଦିବା ୧୨/୧୮ ରୁ ୦୨/୫୫

ସନ୍ଧ୍ୟା ୦୭/୨୫ ରୁ ୦୮/୩୬

ରାତ୍ରି ୧୨/୫୮ ରୁ ୦୩/୦୯

ରାତ୍ରି ୦୩/୫୨ ରୁ ୦୫/୨୦

ଅଶୁଭ ସମୟ :-

ଋାହୁକାଳ - ଦିବା ୧୦/୧୪ ରୁ ୧୧/୫୨

କାଳବେଳା - ଦିବା ୧୦/୧୪ ରୁ ୧୧/୫୨

ବାରବେଳା –ଦିବା ୦୮/୩୬ ରୁ ୧୦/୧୪

କାଳରାତ୍ରି – ରାତ୍ରି ୦୯/୦୯ ରୁ ୧୦/୩୦

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :- 

Aries
  • ଅଶ୍ୱନୀ – ଲୋକମାନଙ୍କର ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ
  • ଦ୍ୱିଜା – ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ । କିଛି ନୂଆ କଥା ଶିଖିବେ
  • କୃତିକା – ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ । କିଛି ନୂଆ କଥା ଶିଖିବେ

ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ

ବୃଷ :- 

Taurus
  • କୃତିକା - ପରିବାରରେ କୌଣସି ଦ୍ରବ୍ୟ ନଷ୍ଟ ଯୋଗୁ ମନ ଅଶାନ୍ତି ରହିପାରେ
  • ରୋହିଣୀ – ଭଲ ସପଂର୍କ ରହିଥିଲେ ମଧ୍ୟ ପରିହାସ ଯୁକ୍ତ କଥା କହିବା କାରଣରୁ କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ
  • ମୃଗଶିରା – ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ

ପ୍ରତିକାର – ଶ୍ରୀ ଭାର୍ଗବୀ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ମିଥୁନ :- 

Gemini
  • ମୃଗଶିରା - ଅନେକ ଗୁଡିଏ କାମ ଅଟକି ରହିଥିବାରୁ ଅନ୍ୟମନସ୍କ ରହିବେ
  • ଆଦ୍ରା - ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ
  • ପୁନର୍ବସୁ - ପତୀ, ପତ୍ନୀଙ୍କ ଭିତରେ ତିକ୍ତତା ଭାବ ସୃଷ୍ଟି ହୋଇପାରେ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କର୍କଟ :-  

Cancer
  • ପୁନର୍ବସୁ - ଆର୍ଥିକସ୍ଥିତିରେ ସୁଧାର ଆସିପାରେ
  • ପୁଷ୍ୟା – କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ
  • ଅଶ୍ଳେଷା - ମନରେ ଧାର୍ମିକ ଭାବନା ଉଦୟ ହେବ

ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ

ସିଂହ :- 

Leo
  • ମଘା – ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ
  • ପୂ , ଫାଲଗୁନୀ - ପରିବାରରେ ଥିବା ବାଦ ବିବାଦ ସମାଧାନ କରିବେ
  • ଉ ,ଫାଲଗୁନୀ – ବିବାଦିୟ ଘଟଣାରେ ବିଜୟଲାଭ କରିପାରନ୍ତି

ପ୍ରତିକାର – କୁଳ ଦେବତାଙ୍କ ପୂଜା ପରନ୍ତୁ

କନ୍ୟା :- 

Virgo
  • ଉ , ଫାଲଗୁନୀ – ମନସ୍ତାପରେ ସମୟ କଟାଇବେ
  • ହସ୍ତା – କର୍ମରେ ବିରକ୍ତି ଅନୁଭବ କରିବେ
  • ଚିତ୍ରା – ଅଧିକାଂଶ ସମୟ ମନ ଭାରାକ୍ରାନ୍ତ ରହିବାରୁ ଯାହା ନ କହିବା କଥା କହି ସମସ୍ୟାକୁ ଡାକି ଆଣିବେ ।

ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା :- 

Libra
  • ଚିତ୍ରା – ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟ ଲାଭ କରିବେ
  • ସ୍ୱାତୀ – ମହିଳା ମାନେ ଆଭୁଷଣ ପ୍ରିୟ ହେବେ
  • ବିଶାଖା – କରିଥିବା କର୍ମ ପାଇଁ ପ୍ରଶଂସିତ ହୋଇ ପାରନ୍ତି

ପ୍ରତିକାର – ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ବିଛା :- 

Scorpio
  • ବିଶାଖା – କୌଣସି ଧର୍ମାନୁଷ୍ଠାନରେ କିଛି ଅଗ୍ରଣି ଦାୟିତ୍ୱ ନେଇ ପାରନ୍ତି
  • ଅନୁରାଧା – ପ୍ରତ୍ୟେକଟି କର୍ମରେ , ଉଦ୍ୟମରେ ସଫଳତା ପାଇବେ
  • ଜ୍ୟେଷ୍ଠା – କିଛି ନୂତନ ଭାବରେ ବ୍ୟବସାୟ ଆରମ୍ଭ କରିପାରନ୍ତି

ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଧନୁ :- 

Sagittarius
  • ମୂଳା – ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ
  • ପୂ , ଷାଢା – ଅଚାନକ କୈାଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ
  • ଉ , ଷାଢା – କଠିନ ପରିଶ୍ରମ କାରଣରୁ ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି

ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ୨୧ଥର ପାଠ କରନ୍ତୁ

ମକର :

Capricorn
  • ଉ , ଷାଢା - ଶରୀର ଭଲ ରହିବା ସହିତ ମିଷ୍ଠାନ ଭୋଜନର ଯୋଗ ବୃଦ୍ଧି ରହିଅଛି
  • ଶ୍ରବଣା – କୋର୍ଟ କଚେରୀରେ ରାୟ ଆପଣଙ୍କ ସପୋର୍ଟରେ ଆସିପାରେ ।
  • ଧନିଷ୍ଠା – ଘରେ ବୟସ୍କ ବା ଗୁରୁଜନ ମାନଙ୍କ ସହିତ କୌଣସି କଥାକୁ ନେଇ ମତାନ୍ତର ଦେଖାଦେଇ ପାରେ

ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ :- 

Aquarius
  • ଧନିଷ୍ଠା – ଅନେକ ଦିନରୁ ବାକି ରହିଥିବା କାମକୁ ଆଜି ସଂପୂର୍ଣ୍ଣ କରିବେ
  • ଶତଭିଷା – କର୍ମ କ୍ଷେତ୍ରରେ ଉଚ୍ଚ ପଦବୀ ଲାଭ କରି ପାରନ୍ତି
  • ପୂ , ଭାଦ୍ରପଦ– ପୂର୍ବର କାମକୁ ପୂରା କରିବା ଲାଗି ନୂତନ ଯୋଜନା କରିବେ

ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ

ମୀନ :- 

Pisces
  • ପୂ , ଭାଦ୍ରପଦ - ଦୃଢ ନିଷ୍ପତି ନେଇ ସବୁ କାମକୁ ସମ୍ପୁର୍ଣ୍ଣ କରିବେ
  • ଉ , ଭଦ୍ରପଦ - କିଛି ଯାନ୍ତ୍ରିକ ଜିନିଷ ଉପକରଣ କ୍ରୟ କରିପାରନ୍ତି
  • ରେବତୀ – ବାକି ପଡିଥିବା ଅର୍ଥକୁ କୌଶଳରେ ଆଦାୟ କରିବାକୁ ସମର୍ଥ ହେବେ

ପ୍ରତିକାର – ମା ତାରା ଙ୍କର ମନ୍ତ୍ର ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)