• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର ତିଥି – ୩ ୟା ରାତ୍ରି ୧୦/୩୬ ଗତେ ୪ର୍ଥୀ ଚନ୍ଦ୍ର – କୁମ୍ଭ ଦିବା ୦୪/୧୫ ଗତେ ମୀନ ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଦିବା ୦୪/୧୫ ଗତେ ଧନୁ ରାଶିର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ୨ ପାଦ -କୃଷି ଓ ବଂଶହାନି – ଭୂମି ଗତେ ୩ ପାଦ- କୃଷି ଓ ଭୂମି , ତିଳକାଞନ ଦାନ ରାତ୍ରି ୦୯/୫୭ ଗତେ ୧ ପାଦ-କୃଷିହାନି – ଭୂମିଦାନ

ଶୁଭ ସମୟ-

ପ୍ରାତଃ ୦୫/୩୦ ରୁ ୦୯/୪୪ ଦିବା ୦୧/୨୬ ରୁ ୦୧/୫୮ ସନ୍ଧ୍ୟା ୦୬/୫୭ ରୁ ୦୯/୧୩ ରାତ୍ରି ୧୨/୧୪ ରୁ ୦୧/୧୬ ରାତ୍ରି ୦୨/୪୦ ରୁ ୦୩/୧୪

ଅଶୁଭ ସମୟ-

ଋାହୁକାଳ - ଦିବା ୦୪/୩୭ ରୁ ୦୬/୧୨

କାଳବେଳା - ଦିବା ୧୧/୫୧ ରୁ ୦୧/୨୬

ବାରବେଳା – ଦିବା ୧୦/୧୬ ରୁ ୧୧/୫୧

କାଳରାତ୍ରି - ରାତ୍ରି ୦୧/୧୬ ରୁ ୦୨/୪୦

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ

ଦ୍ୱିଜା – ଚାକିରିରେ କର୍ତୁପକ୍ଷଙ୍କ ଆସ୍ଥା ଭାଜନ ହେବେ

କୃତିକା – ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି

ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ

ବୃଷ:

କୃତିକା -ପରଠାରୁ ସଫଳତା ପାଇବାର ସମ୍ଭାବନା ପାଇବେ

ରୋହିଣୀ – ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ

ମୃଗଶିରା –ପୂର୍ବର ଅଭିଜ୍ଞତା କାର୍ଯ୍ୟରେ ଲାଗିବ

ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ:

ମୃଗଶିରା - ମହିଳା ମାନେ ପରିବାରରେ ଗୁରୁ ଦାୟିତ୍ୱ ତୁଲାଇବେ

ଆଦ୍ରା - କର୍ମଜିବୀ ମାନଙ୍କ ପାଇଁ କର୍ମ କ୍ଷେତ୍ରରେ ଉନ୍ନତି ଆସିପାରେ

ପୁନର୍ବସୁ - କୈାଶଳେ କାର୍ଯ୍ୟ ସିଦ୍ଧି ଆଦି ଶୁଭଫଳ ଭୋଗ କରିବେ

ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ

କର୍କଟ:

ପୁନର୍ବସୁ - ଯାନବାହନ କ୍ଷତି, ଦୁର୍ଘଟଣା ଆଦିର ଭୟ ଦେଖା ଦେଇପାରେ

ପୁଷ୍ୟା – ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ

ଅଶ୍ଳେଷା - ଶତ୍ରୁ ମାନଙ୍କ ଠାରୁ ପରଭାବ ପାଇବେ

ପ୍ରତିକାର –ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ସିଂହ:

ମଘା – ଉତମ ବାଣିଜ୍ୟ, ବ୍ୟବସାୟ ଏବଂ ଉତମ ଆୟ ଲାଭ କରିବେ

ପୂ , ଫାଲଗୁନୀ - ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ

ଉ ,ଫାଲଗୁନୀ – ମାନ,ସମ୍ମାନ, ସକଳ ଐଶ୍ୱର୍ଯ୍ୟର ଅଧିକାରୀ ହେବେ

ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – ମହିଳା ମାନେ ସୁଖଭାଗିନୀ ଓ ଉଦଯୋଗି ହେବେ

ହସ୍ତା – ସବୁ ଦିଗରୁ ସୁନାମ ଓ ଆୟ ବୃଦ୍ଧି ହୋଇପାରେ

ଚିତ୍ରା – ଆପଣଙ୍କର ବିଦେଶ ଭ୍ରମଣ ଯୋଗ ଅଛି

ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ତୁଳା - ଚିତ୍ରା – ନୂତନ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇ ପାରନ୍ତି

ସ୍ୱାତୀ – ମହିଳା ମାନେ ଭଦ୍ରକାନ୍ତ ଓ ପିଲା ମାନେ ଧୀମାନ ହେବେ

ବିଶାଖା – ଯୋଜନାନୁଯାୟୀ କାର୍ଯ୍ୟ କରି ପାରନ୍ତି

ପ୍ରତିକାର –ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା:

ବିଶାଖା – ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ

ଅନୁରାଧା – ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରଖିପାରିବେ ନାହିଁ

ଜ୍ୟେଷ୍ଠା – ନିଜର କ୍ରୋଧ ପାଇଁ ନିଜର କ୍ଷତି ଘଟାଇବେ

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ

ଧନୁ:

ମୂଳା –ଅଫିସରେ ଲାଗିରହିଥିବା ଅଶାନ୍ତିର ସମାପ୍ତି ହେବ

ପୂ , ଷାଢା – ବୃଦ୍ଧି,ବଳ ପ୍ରୟୋଗ କରି କର୍ମକ୍ଷେତ୍ରରେ ଶାନ୍ତି ରକ୍ଷା କରିପାରନ୍ତି

ଉ , ଷାଢା – ସାଂସାରିକ ସ୍ୱାଧିନତା ରହିବ

ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର:

ଉ , ଷାଢା - ପୂର୍ବ ଯୋଜନା ଅନୁସାରେ କାମ କରିବେ

ଶ୍ରବଣା –ପଦ ମର୍ଯ୍ୟାଦା ବୃଦ୍ଧି ପାଇବ

ଧନିଷ୍ଠା – ସୈଭାଗ୍ୟ ବୃଦ୍ଧି, ସର୍ବାଙ୍ଗୀନ ଉନ୍ନତି ହେବ

ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ:

ଧନିଷ୍ଠା –ପଡୋଶିଙ୍କର ପରାମର୍ଶ ଗ୍ରହଣ କରିବେ

ଶତଭିଷା –ଆଧାତ୍ମିକ ଜୀବନ ବିତାଇ ପାରନ୍ତି

ପୂ , ଭାଦ୍ରପଦ – ସା୍ୱସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ

ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ:

ପୂ , ଭାଦ୍ରପଦ - ଅତ୍ୟଧିକ ଭାବପ୍ରବଣ ହୋଇ ଅସୁବିଧାରେ ପଡିପାରନ୍ତି

ଉ , ଭଦ୍ରପଦ -ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇ ପାରେ

ରେବତୀ –ଆଶା ନିରାଶାରେ ପରିଣତ ହୋଇପାରେ

ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

ଜ୍ୟୋତିର୍ବିଦ ଇଂ ଦୀପକ ଆଚାର୍ଯ୍ୟ, ଫୋନ୍: 0674-3527219,9238397100