• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର, ତିଥି – ୧୪ ଶ୍ରୀ ରାତ୍ରି ୦୯/୦୩/୧୬ ଗତେ ପୂର୍ଣ୍ଣିମା,ଚନ୍ଦ୍ର - ବିଛା ଅହୋରାତ୍ର,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର - ମିଥୁନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାସ୍ତି ।

ଶୁଭ ସମୟ:- ଦିବା ୦୭/୪୨ ରୁ ୧୦/୨୭, ରାତ୍ରି ୦୯/୧୫ ରୁ ୧୧/୨୫, ରାତ୍ରି ୧୧/୪୬ ରୁ ୧୨/୦୮, ରାତ୍ରି ୦୧/୩୪ ରୁ ୦୩/୦୧,ରାତ୍ରି ୦୩/୪୪ ରୁ ୦୫/୨୮ ।

ଅଶୁଭ ସମୟ:-  ରାହୁକାଳ- ପ୍ରାତଃ ୦୬/୫୦ ରୁ ୦୮/୨୮, କାଳବେଳା- ଦିବା ୦୬/୦୪ ରୁ ୦୪/୪୩, ବାରବେଳା – ଦିବା ୦୩/୨୫ ରୁ ୧୧/୪୬, କାଳରାତ୍ରି- ରାତ୍ରି ୧୦/୨୫ ରୁ ୧୧/୪୬ ।

ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ଓ କ'ଣ ରହିଛି ଆପଣଙ୍କ ରାଶିରେ..

ମେଷ:-  

Aries
  • ଅଶ୍ୱନୀ – କର୍ମ ପ୍ରତି ବିପଦ ଏବଂ କର୍ମ ହରାଇବାର ସମ୍ଭାବନା ଅଧିକ ରହିଛି
  • ଦ୍ୱିଜା – ସମ୍ମାନ ହାନି ଓ ଅପବ୍ୟୟ ଘଟିପାରେ
  • କୃତିକା – ଆର୍ଥିକ ସ୍ଥିତି ବିଗିଡି ଯାଇପାରେ

ପ୍ରତିକାର - ଶ୍ରୀ ହନୁମାନଙ୍କର ପୂଜା କରନ୍ତୁ

ବୃଷ :-

Taurus
  • କୃତିକା - ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି
  • ରୋହିଣୀ – ଭବିଷ୍ୟତ ସମ୍ବଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଫଇସଲା ନେବେ
  • ମୃଗଶିରା – ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହୋଇପାରନ୍ତି

ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।

ମିଥୁନ :-

Gemini
  • ମୃଗଶିରା - ଦାଂପତ୍ୟ ଜୀବନରେ ମଧୁରତା ବଢିବ
  • ଆଦ୍ରା - ଆପଣ କୌଣସି ବଡ ଦାୟିତ୍ୱ ନେବେ
  • ପୁନର୍ବସୁ – ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ

ପ୍ରତିକାର – ଦତାତ୍ରେୟଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

କର୍କଟ:-

Cancer
  • ପୁନର୍ବସୁ - ସାଂସାରିକ ନୂଆ ଦିଗ ଦର୍ଶନ ପାଇବେ
  • ପୁଷ୍ୟା – ରାଜନୀତିରେ ଲୋକ ପ୍ରିୟତା ଦେଖା ଦେବ
  • ଅଶ୍ଳେଷା - କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ

ସିଂହ :-

Leo
  • ମଘା – ସନ୍ତାନ ଚିନ୍ତା ମାତୃ କ୍ଲେଶ ଦେଖା ଦେଇପାରେ
  • ପୂ , ଫାଲଗୁନୀ - କର୍ତୁପକ୍ଷଙ୍କ ଠାରୁ ଦୂବ୍ୟବହାର ପାଇବେ
  • ଉ ,ଫାଲଗୁନୀ – ଶତୃମାନେ କ୍ଷତି କରି ପାରନ୍ତି ତେଣୁ ସତର୍କ ରୁହନ୍ତୁ

ପ୍ରତିକାର – ନିଜର କୂଳ ଦେବତାଙ୍କର ପୂଜା ସହ ମନ୍ତ୍ର ପାଠ କରନ୍ତୁ ।

କନ୍ୟା:-

Virgo
  • ଉ , ଫାଲଗୁନୀ - ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର୍ଯ୍ୟରେ ସଫଳତା ପାଇବେ
  • ହସ୍ତା - ଅଧ୍ୟୟନରେ ଏକାଗ୍ରତା ବଜାୟ ରଖିବେ
  • ଚିତ୍ରା – ନୂଆ ସ୍ରୋତରୁ ଧନ ଲାଭ ହୋଇପାରେ

ପ୍ରତିକାର - ଲାଲ ରଙ୍ଗର ପୋଷାକ ପରିଧାନ କରନ୍ତୁ

ତୁଳା :-

Libra
  • ଚିତ୍ରା – ଚାକିରି ସମ୍ବଦ୍ଧିୟ ଭଲ ଖବର ମିଳିପାରେ
  • ସ୍ୱାତୀ – ରାଜନୀତିରେ ମନକାମନା ପୂରଣ ହେବ
  • ବିଶାଖା – ତିର୍ଥ ଯାତ୍ରାକୁ ଜୀବନ ସାଥିଙ୍କ ସହିତ ଯାଇପାରନ୍ତି

ପ୍ରତିକାର – ଶ୍ରୀ ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା ଧାରଣ କରନ୍ତୁ

ବିଛା:-

Scorpio
  • ବିଶାଖା - ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦ ମୟ ରହିବ
  • ଅନୁରାଧା - ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ
  • ଜ୍ୟେଷ୍ଠା – ଅଭିଭାବକ ଠାରୁ ଉପହାର ପାଇ ପାରନ୍ତି

ପ୍ରତିକାର – ବଗଳା ମୂଖିଙ୍କର ଦର୍ଶନ କରନ୍ତୁ

ଧନୁ:-

Sagittarius
  • ମୂଳା – ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ
  • ପୂ , ଷାଢା – ପରିବହନ ଓ ବାଣିଜ୍ୟ ମାନ୍ଦା ରହିବ
  • ଉ , ଷାଢା – ଯାନବାହନ ଚଳାଇବା ସମୟରେ ସତର୍କ ଅବଲମ୍ବନ କରନ୍ତୁ

ପ୍ରତିକାର – ଶ୍ରୀ ରାମଙ୍କର ପୂଜା କରନ୍ତୁ

ମକର :-

Capricorn
  • ଉ , ଷାଢା - ପୁରୁଣା କାମ ପୂରା କରିବା ପାଇଁ ଦିନଟି ଭଲ ରହିବ
  • ଶ୍ରବଣା – ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝି ପାରିବେ
  • ଧନିଷ୍ଠା – ଅଫିସରେ ଲାଗିରହିଥିବା ଅଶାନ୍ତି ସମାପ୍ତି ହେବ

ପ୍ରତିକାର – ମହାଦେବଙ୍କ ପୂଜା କରନ୍ତୁ

କୁମ୍ଭ:-

Aquarius
  • ଧନିଷ୍ଠା - ବେକାରକୁ ରୋଜଗାର କରିବାର ସୁଯୋଗ ମିଳିବ
  • ଶତଭିଷା – ସମାଜରେ ଆଦର ସମ୍ମାନ ପାଇବେ
  • ପୂ , ଭାଦ୍ରପଦ – ଶତୃ ଦମନ ପାଇଁ ଦୃଢ ପଦକ୍ଷପ ନେବେ

ପ୍ରତିକାର – ହଳଦିଆ ପୋଷାକ ବ୍ୟବହାର କରନ୍ତୁ

ମୀନ:-

Pisces
  • ପୂ , ଭାଦ୍ରପଦ - ବେପାର ବୃତିରୁ ସଫଳତା ହାସଲ କରିବେ
  • ଉ , ଭଦ୍ରପଦ - ଲାଗି ରହିଥିବା ବିବାଦ ଆପଣଙ୍କ ପକ୍ଷରେ ଯିବର ସମ୍ଭାବନା ରହିଛି
  • ରେବତୀ – ଇଶ୍ୱରଙ୍କ ପ୍ରତି ବିଶ୍ୱାସ ବଢିବ

ପ୍ରତିକାର – ବିଷ୍ଣୁ ଙ୍କର ସହସ୍ର ମନ୍ତ୍ର ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)