ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର, ତିଥି – ୧୩ଶୀ ପ୍ରାତଃ ୦୭/୪୬ ଗତେ ୧୪ଶୀ (କ୍ଷୟ) ରାତ୍ରି ୦୪/୦୧ ପୂର୍ଣ୍ଣିମା,ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର, ଘାତ ବାର – ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,୧ ପାଦ- କୃଷିହାନି- ଭୂମିଦାନ ।
ଶୁଭ ସମୟ:-
ପ୍ରାତଃ ୦୫/୧୮ ରୁ ୦୬/୫୭
Also Read
ଦିବା ୦୯/୪୧ ରୁ ୧୨/୧୮
ଦିବା ୦୪/୪୭ ରୁ ୦୫/୩୩
ସନ୍ଧ୍ୟା ୦୬/୨୫ ରୁ ୦୭/୦୯
ରାତ୍ରି ୦୯/୦୯ ରୁ ୧୦/୦୩
ରାତ୍ରି ୧୨/୧୪ ରୁ ୦୨/୨୪
ଅଶୁଭ ସମୟ:-
ଋାହୁକାଳ - ଦିବା ୦୩/୦୮ ରୁ ୦୪/୪୭
କାଳବେଳା - ଦିବା ୦୧/୩୦ ରୁ ୦୩/୦୮
ବାରବେଳା – ପ୍ରାତଃ ୦୬/୫୭ ରୁ ୦୮/୩୫
କାଳରାତ୍ରି - ରାତ୍ରି ୦୭/୪୭ ରୁ ୦୯/୦୯
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ:-
- ଅଶ୍ୱନୀ – ପ୍ରାୟତଃ ସବୁ ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବେ
- ଦ୍ୱିଜା – ପୂର୍ବରୁ କରିଥିବା ଭୁଲ କର୍ମ ପାଇଁ ପ୍ରାୟଶ୍ଚିତ କରିବେ
- କୃତିକା – ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ
ପ୍ରତିକାର - ନୃସିଂଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ବୃଷ:-
- କୃତିକା - ଯାତ୍ରା ସମୟରେ ଦୁର୍ଘଟଣାର ଶିକାର ହୋଇ ପାରନ୍ତି
- ରୋହିଣୀ – ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ
- ମୃଗଶିରା – ଚାକିରିରେ ଅସ୍ଥିରତା ମନ ରହିବ, ମାନସିକ ଦୁଃଚିନ୍ତା ଲାଗି ରହିବ
ପ୍ରତିକାର – ଶୁକ୍ରଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ମିଥୁନ:-
- ମୃଗଶିରା - ଦାମ୍ପତ୍ୟ ଜୀବନରେ ପତପତ୍ନୀ ମଧ୍ୟରେ ଥିବା ତିକ୍ତତା ଭାବ ଦୂରିଭୂତ ହୋଇଯିବ ଓ ପ୍ରିତି ବୃଦ୍ଧି ପାଇବ
- ଆଦ୍ରା - ରାଜନୀତିରେ ନିଜର ସଂଗଠନିକ ଦକ୍ଷତା ଯୋଗ୍ୟତା ଅନୁସାରେ କୈାଣସି ଉଚ୍ଚ ପଦବୀ ମିଳିପାରେ
- ପୁନର୍ବସୁ - କାର୍ଯ୍ୟରେ ସିଦ୍ଧିଲାଭ ସହ ସମ୍ମାନ ପାଇବେ
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
କର୍କଟ:-
- ପୁନର୍ବସୁ - ଆଶା କରୁଥିବା ଦିଗରୁ ସଫଳତା ପାଇବେ
- ପୁଷ୍ୟା – ଯାତ୍ରା ସମୟରେ କୈାଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି
- ଅଶ୍ଳେଷା - ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ୍ ହେବେ
ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ:-
- ମଘା – କର୍ମକ୍ଷେତ୍ରରେ ଚାପ ବଢିଯିବ ଓ ପଡୋଶିଙ୍କ ସହିତ କଳହ ଲାଗିପାରେ
- ପୂ , ଫାଲଗୁନୀ - ଦୀର୍ଘଦିନର ଅଭିଳାଷ ପୂରଣ ହେବ
- ଉ ,ଫାଲଗୁନୀ – ସମ୍ମାନ ବୃଦ୍ଧି ଘଟିବ ଓ ପ୍ରତିଭାର ବିକାଶ ଘଟିବ
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
କନ୍ୟା:-
- ଉ , ଫାଲଗୁନୀ – ଲୋକମାନେ ଶତ୍ରୁତା ଆଚରଣ କରିବେ , ନାନା କ୍ଷତି , ମନ ଦୁଃଖରେ ସମୟ ଅତିବାହିତ ହେବ
- ହସ୍ତା – ମାନସିକ ଉଦବେଗ ବୃଦ୍ଧହେବା ସହିତ ପେଟ ଜନିତ ସମସ୍ୟା ବୃଦ୍ଧି ହୋଇପାରେ
- ଚିତ୍ରା – ଦ୍ରବ୍ୟନଷ୍ଟ, ବା ଚୋରି ହେବା ସମ୍ଭାବନା ରହିଛି
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ତୁଳା:-
- ଚିତ୍ରା – ବାରମ୍ବାର କାମରେ ପରିବର୍ତନ ମନରେ ଚିନ୍ତା ସୃଷ୍ଟି କରିବ
- ସ୍ୱାତୀ – ଶତ୍ରୁତାର ପରିସମାପ୍ତି ଘଟିପାରେ
- ବିଶାଖା – ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ
ପ୍ରତିକାର – ଭାର୍ଗବିଙ୍କର ଫଟୋକୁ ପୂଜାର୍ଚ୍ଚନା କରନ୍ତୁ
ବିଛା:-
- ବିଶାଖା – ମହିଳା ମାନେ ଉଚ୍ଚମନା ହେବେ
- ଅନୁରାଧା – ଆୟ ବଢିବ ଚାକିରିରେ ପଦେନ୍ନତି ହେବ
- ଜ୍ୟେଷ୍ଠା – ନୂତନ ବ୍ୟବସାୟ ଆରମ୍ଭ କରିବେ
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ
ଧନୁ:-
- ମୂଳା – ଧାର୍ମିକ ଭାବନା ଉଦୟ ହେବ
- ପୂ , ଷାଢା – କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ
- ଉ , ଷାଢା – ଅନ୍ୟକୁ ସାହାଯ୍ୟ କରି ଖୁସି ଅନୁଭବ କରିବେ
ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମକର:-
- ଉ , ଷାଢା - ମହିଳା ମାନେ ପାରିବରିକ ସମସ୍ୟା , ବଦ୍ହଜମୀ ଜନିତ ସମସ୍ୟା ଭୋଗିବେ
- ଶ୍ରବଣା – ଅତି ଭଲ ସପଂର୍କ ରଖିଥିବା ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି
- ଧନିଷ୍ଠା – ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତବାନ୍ ନହେଲେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି
ପ୍ରତିକାର – ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ:-
- ଧନିଷ୍ଠା – କୈାଣସି ନୂତନ ଯାନବାହନ କ୍ରୟ କରିବାକୁ ମନସ୍ତ କରିବେ
- ଶତଭିଷା – ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ
- ପୂ , ଭାଦ୍ରପଦ – ଦାମ୍ପତ୍ୟ କଳହର ଅବସାନ ଘଟିବ
ପ୍ରତିକାର – ସହୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ:-
- ପୂ , ଭାଦ୍ରପଦ - କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ
- ଉ , ଭଦ୍ରପଦ - ଅନେକ ଦିନରୁ ପଡିରହିଥିବା କାମକୁ ପୁରା କରିବେ
- ରେବତୀ – ଘରେ କିଛି ମାଙ୍ଗଳିକ କାର୍ଯ୍ୟ କରିବା ପାଇ ବନ୍ଧୁଙ୍କ ପରାମର୍ଶ କରିପାରନ୍ତି
ପ୍ରତିକାର – ଗୁରୁଜନ ମାନଙ୍କର ଆର୍ଶିବାଦ ନିଅନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)