• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ, ରବିବାର, ତିଥି – ୧୧ ଶୀ ଦିବା ୦୨/୧୪ ଗତେ ୧୨ ଶୀ ଚନ୍ଦ୍ର   – ବିଛା ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର– ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ଦିବା ୦୯/୫୪ ଗତେ ୧ ପାଦ କୃଷି ହାନି-ଭୂମିଦାନ ଦିବା ୦୨/୧୪ ଗତେ ୨ ପାଦ - କୃଷି ଓ ପଶୁହାନି – ଭମି ଓ ଅନ୍ନଦାନ    

ଶୁଭ ସମୟ...
ପ୍ରାତଃ  ୦୩/୦୩  ରୁ ୦୯/୪୦ 
ଦିବା   ୦୧/୩୦   ରୁ  ୦୨/୫୫

ଦିବା ୦୪/୪୦ ରୁ ୦୪/୪୭  
ସନ୍ଧ୍ୟା    ୦୬/୨୫ ରୁ ୦୭/୫୨
ରାତ୍ରି   ୧୦/୪୬  ରୁ   ୧୨/୫୬

ଅଶୁଭ ସମୟ...
ଋାହୁକାଳ - ଦିବା ୦୪/୪୭ ରୁ ୦୬/୨୫ 
କାଳବେଳା - ଦିବା ୧୧/୫୨ ରୁ ୦୧/୩୦
ବାରବେଳା – ଦିବା ୧୦/୧୩ ରୁ ୧୧/୫୨ 
କାଳରାତ୍ରି - ରାତ୍ରି ୦୧/୧୩ ରୁ ୦୨/୩୫

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 
ଅଶ୍ୱନୀ – କୌଣସି ଖବର ପାଇ ଆଶ୍ଚର୍ଯ୍ୟ ହୋଇଯିବେ
ଦ୍ୱିଜା – ଋଣଗ୍ରସ୍ତ ହେବେ ଏବଂ କାର୍ଯ୍ୟରେ ବାଧାବିଘ୍ନ ଓ ଅଯଥା ବିଳମ୍ବ ଦେଖାଦେଇ ପାରେ
କୃତିକା – ଭୁଲବୁଝାମଣା ହେତୁ ସମସ୍ୟା ବଢିପାରେ
ପ୍ରତିକାର - ଗାଈର ଖୁରାକୁ ଛୁଇଁ ପ୍ରଣାମ କରନ୍ତୁ 

ବୃଷ: 
କୃତିକା  - ଆପଣଙ୍କର ସୁନ୍ଦର ବ୍ୟବହାର ଓ ରୁଚିପୂର୍ଣ୍ଣ କଥାରେ ଅନ୍ୟମାନେ ଖୁସି ହୋଇଯିବେ
ରୋହିଣୀ – ନିଜ  ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ
ମୃଗଶିରା –  ଦେବୀମାତାଙ୍କ ପ୍ରତି ଆସ୍ଥା ବଢିବ
ପ୍ରତିକାର – ଶ୍ରୀ ଭାର୍ଗବଙ୍କ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ

ମିଥୁନ: 
ମୃଗଶିରା  - ଛାତ୍ରମାନେ ମୌଳିକ ବୁଦ୍ଧିର ଉପଯୋଗ  କରିବେ
ଆଦ୍ରା - ବାରମ୍ବାର ଚେଷ୍ଟା କରି କିଛିଟା ସୁଫଳ ପାଇବେ
ପୁନର୍ବସୁ -  ରାଜନୀତିରେ ବିରୋଧୀର ସମ୍ମୁଖୀନ ହେଲେ ମଧ୍ୟ ବିରୋଧି ପକ୍ଷ କିଛି କ୍ଷତି କରି ପାରିବେ ନାହିଁ 
ପ୍ରତିକାର – ଶ୍ରୀ ହନୁମାଙ୍କ ଚାଳିଶା ପାଠ କରନ୍ତୁ 

କର୍କଟ: 
ପୁନର୍ବସୁ -  ସନ୍ତାନମାନଙ୍କ ସପଳତା ମନରେ ଖୁସି ଆଣିଦେବ
ପୁଷ୍ୟା –  ଅନ୍ୟ କାହାର ସହେଯାଗ ନ ପାଇଲେ ମଧ୍ୟ ଯେଉଁ କାର୍ଯ୍ୟ କରିବେ ତାହା ସୂଚାରୁ ରୂପେ କରି ପାରିବେ
ଅଶ୍ଳେଷା -  ମହିଳାମାନଙ୍କ ପାଇଁ ଆଜି ଦିନଟି ଭଲ ରହିବ
ପ୍ରତିକାର – ଭୋକିଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ସିଂହ: 
ମଘା – କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ। ଶତ୍ରୁମାନଙ୍କ ଉପଦ୍ରବ ବୃଦ୍ଧି ପାଇବ
ପୂ , ଫାଲଗୁନୀ -  ଅସ୍ଥିରତା କାରଣରୁ କୌଣସି କାର୍ଯ୍ୟକୁ ଠିକ୍‌ ଭାବେ କରିପାରିବେ ନାହିଁ
ଉ ,ଫାଲଗୁନୀ – ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ
ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

କନ୍ୟା: 
ଉ , ଫାଲଗୁନୀ – ରାଜନୀତି କ୍ଷେତ୍ରରେ ପ୍ରତିହତ କରି ନିଜକୁ ସୁରକ୍ଷିତ ରଖି ପାରିବେ
ହସ୍ତା – ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ
ଚିତ୍ରା – ମାଲିମକଦ୍ଦମା ଆପୋଷ ବୁଝାମଣା ମଧ୍ୟରେ ସମାଧାନ କରିବେ
ପ୍ରତିକାର - ସୂର୍ଯ୍ୟନାରାୟଣଙ୍କର ପୂଜାର୍ଚ୍ଚନା କରନ୍ତୁ

ତୁଳା: 
ଚିତ୍ରା – ସାଂସାରିକ କ୍ଷେତ୍ରରେ ସୁଖ ସମୃ୍‌ଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ
ସ୍ୱାତୀ – କୋର୍ଟକଚେରି ମାମଲାରେ ଲାଗିରହିଥିବା ଅଚଳାବସ୍ଥା ଦୂରିଭୂତ ହେବ
ବିଶାଖା – ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ
ପ୍ରତିକାର – ମହାଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ

ବିଛା: 
ବିଶାଖା – ପ୍ରେମିକ, ପ୍ରେମିକାମାନେ ବିଶ୍ୱାସ ଭାଜନ ହେବେ
ଅନୁରାଧା – ଜଣେ ଅପରଚିତ ବ୍ୟକ୍ତିଙ୍କର ସାହାଯ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାମଟିକୁ ସମ୍ପୂର୍ଣ୍ଣ କରିପାରନ୍ତି
ଜ୍ୟେଷ୍ଠା  –  ମହିଳାମାନେ ମାନସମ୍ମାନ ପାଇବେ
ପ୍ରତିକାର – ମା ବଗମାମୁଖୀଙ୍କର ମନ୍ତ୍ର ପାଠ କରନ୍ତୁ 

ଧନୁ: 
ମୂଳା – ଆନୁଷ୍ଠାନିକ କାମରେ ତଥା ସଭାସମିତିରେ ଅପ୍ରିୟ ମିଛ କଥାକହି ବିରୋଧି ହୋଇପାରନ୍ତି
ପୂ , ଷାଢା – ଋକ୍ତଚାପ ବୃଦ୍ଧି ହୋଇପାରେ
ଉ , ଷାଢା – ମାନସିକ ସ୍ଥିରତା ଅଭାବରୁ କୌଣସି ସ୍ଥିର ନିଷ୍ପତ୍ତି ନେଇ ପାରିବେ ନାହିଁ
ପ୍ରତିକାର – ଶିବଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ମକର: 
ଉ , ଷାଢା -  ଲକ୍ଷ୍ୟହାସଲ କରିବା ଭଳି ପ୍ରରୀପ୍ରେକ୍ଷରେ ମନ ବୁଝିଲା ଭଳି କଥା କହି ଆପଣାର କରିବେ
ଶ୍ରବଣା – ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କରିଲେ ଅପେକ୍ଷାକୃତ ସଫଳତା ପାଇ ପାରନ୍ତି
ଧନିଷ୍ଠା – ପାରିବାରିକ କ୍ଷେତ୍ରରେ ଆଶିଂକ ଉନ୍ନତି ଦେଖା ଦେଇପାରେ
ପ୍ରତିକାର – ଶନିଙ୍କର ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ: 
ଧନିଷ୍ଠା – ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ଶୁଭ ଦାୟକ ରହିବ
ଶତଭିଷା – ଶାରିରୀକ କ୍ରୀଡା ଭୋଗିଲେ ମଧ୍ୟ ଅନ୍ୟ ସମସ୍ତ କର୍ମରେ ଶୁଭଫଳ ପାଇବେ
ପୂ , ଭାଦ୍ରପଦ – ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିପାରେ
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ମୀନ: 
ପୂ , ଭାଦ୍ରପଦ - ବନ୍ଧୁଙ୍କ ପରାମର୍ଶରେ କିଛି ନୂତନ କାମ ଆରମ୍ଭ କରିବେ
ଉ , ଭଦ୍ରପଦ - ଆକସ୍ମିକ ଭାବେ କିଛି ଅର୍ଥ ପ୍ରାପ୍ତି ହୋଇପାରେ 
ରେବତୀ – ପ୍ରତ୍ୟେକଟି ଉଦ୍ୟମରେ ସଫଳତା ପାଇବେ
ପ୍ରତିକାର – ତାରାଙ୍କର ମନ୍ତ୍ର ପାଠ କରନ୍ତୁ 

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)