Advertisment

Baba Vanga Predictions: ୨୦୨୪ରେ ବାବା ଭେଙ୍ଗାଙ୍କ ଏହି ୫ ଭବିଷ୍ୟବାଣୀ ସତ ହୋଇଛି; ୨୦୨୫ରେ ହେବ ସାଂଘାତିକ ପରିସ୍ଥିତି

ବାବା ଭେଙ୍ଗାଙ୍କ ୮୫ ପ୍ରତିଶତ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାର ଉଦ୍ୟମକୁ ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ, ଯାହା ଏତେ ସତ୍ୟ ପ୍ରମାଣିତ ହୋଇଛି। ତେବେ ଆସନ୍ତୁ ୨୦୨୪ ଶେଷ ହେବା ପୂର୍ବରୁ ଏହି ମସିହାରେ ବାବା ଭେଙ୍ଗାଙ୍କର କେଉଁ ସବୁ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି ତାହା ଜାଣିବା।

ଅଦ୍ୟତନ ହୋଇଛି
Baba vanga predictions in the year 2024 which proved to be true

Baba vanga predictions in the year 2024 which proved to be true

Advertisment

ବୁଲ୍‌ଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗା ନିଜର ଭବିଷ୍ୟବାଣୀ ପାଇଁ ସାରା ବିଶ୍ୱରେ ଜଣାଶୁଣା। ବାବା ଭେଙ୍ଗା ୨୦୨୪ ବର୍ଷ ପାଇଁ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଅତ୍ୟନ୍ତ ଭୟାନକ ଥିଲା। ପ୍ରସିଦ୍ଧ ଭବିଷ୍ୟ‌ବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ତାଙ୍କୁ ପ୍ରାୟତଃ ପ୍ରସିଦ୍ଧ ଫରାସୀ ଜ୍ୟୋତିଷ ନୋଷ୍ଟ୍ରାଡମସ୍‌ଙ୍କ ସହିତ ତୁଳନା କରାଯାଏ। ଏନେଇ ବାବା ଭେଙ୍ଗାକୁ ବାଲକାନ ଅଞ୍ଚଳର ନୋଷ୍ଟ୍ରାଡମସ୍ ବୋଲି କୁହାଯାଏ।

Advertisment
Baba Vanga Predictions 2024
ବାବା ଭେଙ୍ଗାକୁ ବାଲକାନ ଅଞ୍ଚଳର ନୋଷ୍ଟ୍ରାଡମସ୍ ବୋଲି କୁହାଯାଏ

ତାଙ୍କ ମୃତ୍ୟୁ ପୂର୍ବରୁ ବାବା ଭେଙ୍ଗା ଏ ଦୁନିଆର ସମାପ୍ତି, ଯୁଦ୍ଧ ଏବଂ ବିପର୍ଯ୍ୟୟ ସମେତ ଅନେକ ଭବିଷ୍ୟବାଣୀ କରିଥିଲେ। ସେ ୫୦୭୯ ବର୍ଷ ପର୍ଯ୍ୟନ୍ତ ପୂର୍ବାନୁମାନ କରିଯାଇଛନ୍ତି। ସୋଭିଏତ ସଂଘର ବିଚ୍ଛିନ୍ନତା ଏବଂ ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା ଦ୍ୱାରା ହୋଇଥିବା ୯/୧୧ ଆକ୍ରମଣକୁ ନେଇ ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ସତ୍ୟ ପ୍ରମାଣିତ ହୋଇଛି।

ଅଧିକ ପଢ଼ନ୍ତୁ: ସତ ହେଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୪ର ଦୁଇଟି କଥା ସତ ହେଲାଣି… ଆହୁରି ଅଛି ତିନି

Advertisment

ବୁଲଗେରିଆର ଦୃଷ୍ଟିହୀନ ବାବା ଭେଙ୍ଗା ମାତ୍ର ୧୨ ବର୍ଷ ବୟସରେ ଦୃଷ୍ଟି ଶକ୍ତି ହରାଇଲେ। ବାବା ଭେଙ୍ଗାଙ୍କର ୧୯୯୬ରେ ୮୫ ବର୍ଷ ବୟସରେ ଦେହାନ୍ତ କରିଥିଲେ। ଦାବି କରାଯାଏ ଯେ ବାବା ଭେଙ୍ଗାଙ୍କ ୮୫ ପ୍ରତିଶତ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ଖବର ଅନୁଯାୟୀ, ଏକ ଭୟଙ୍କର ଝଡ କାରଣରୁ ସେ ଦୃଷ୍ଟି ଶକ୍ତି ହରାଇବା ପରେ ସେ ନିଜର ଏହି ଅଦ୍ଭୁତ ଶକ୍ତି ପାଇଥିଲେ।

୨୦୨୪ ମସିହାରେ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାର ଉଦ୍ୟମକୁ ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ, ଯାହା ଏତେ ସତ୍ୟ ପ୍ରମାଣିତ ହୋଇଛି। ତେବେ ଆସନ୍ତୁ ୨୦୨୪ ଶେଷ ହେବା ପୂର୍ବରୁ ଏହି ମସିହାରେ ବାବା ଭେଙ୍ଗାଙ୍କର କେଉଁ ସବୁ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି ତାହା ଜାଣିବା।

Advertisment

ଚିକିତ୍ସା କ୍ଷେତ୍ରରେ ସଫଳତା:

ବାବା ଭେଙ୍ଗା ମଧ୍ୟ କିଛି ସକରାତ୍ମକ ଭବିଷ୍ୟବାଣୀ କରିଥିଲେ। ତାଙ୍କ କହିବାନୁସାରେ, ୨୦୨୪ ମସିହାରେ ଚିକିତ୍ସା କ୍ଷେତ୍ରରେ ସଫଳତା ଆଶା କରାଯାଏ। ଆଲ୍‌ଜାଇମର ଭଳି ରୋଗ ପାଇଁ ନୂଆ ଚିକିତ୍ସା ଏବଂ ୨୦୨୪ ସୁଦ୍ଧା କର୍କଟ ରୋଗର ସମ୍ଭାବ୍ୟ ଉପଶମ ଏଥିରେ ରହିଛି। ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହୋଇଛି, କାରଣ ଋଷ ଦାବି କରିଛି ଯେ ସେ ଏକ କର୍କଟ ରୋଗ ଟିକା ତିଆରି କରିଛି।

Baba Vanga Predictions
ଚିକିତ୍ସା କ୍ଷେତ୍ରରେ ସଫଳତା

ଋଷ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଟିକା ୨୦୨୫ରୁ ଆରମ୍ଭ ହେବ। ତେବେ ଋଷ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ଟୀକା କେବଳ କର୍କଟ ରୋଗୀଙ୍କ ପାଇଁ  ବ୍ୟବହାର ହେବ କିନ୍ତୁ ଟ୍ୟୁମର ହେବାକୁ ରୋକାଯାଇପାରିବ ନାହିଁ।

ୟୁରୋପରେ ଆତଙ୍କବାଦୀ ଆକ୍ରମଣ:

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୪ ମସିହାରେ ୟୁରୋପରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବା ସେ ପ୍ରକାଶ କରିଥିଲେ। ତାଙ୍କର ଏହି ଭବିଷ୍ୟବାଣୀ ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି। ବର୍ତ୍ତମାନ ୟୁରୋପର କେତେକ ଦେଶରେ ଆତଙ୍କବାଦୀ ଆକ୍ରମଣ ପାଇଁ ଚେଷ୍ଟା ଚାଲିଛି ଏବଂ ସେସବୁ ମଧ୍ୟରୁ କେତେକରେ ମଧ୍ୟ ଆକ୍ରମଣ ହୋଇଛି। ନିକଟରେ ଜଣେ ବ୍ୟକ୍ତି ଜର୍ମାନୀର ଖ୍ରୀଷ୍ଟ୍‌ମାସ୍‌ ମାର୍କେଟ୍‌ ଭିତରେ ଦ୍ରୁତ ଗତିରେ ଏକ କାର୍‌ ପୂରେଇ ଦେଇଥିଲେ, ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି।

Baba Vanga Predictions

ୟୁରୋପରେ ଆତଙ୍କବାଦୀ ଆକ୍ରମଣ

ପ୍ରାକୃତିକ ବିପର୍ଯ୍ୟୟ:

ବାବା ଭେଙ୍ଗା ୨୦୨୪ ମସିହାରେ ଭୟଙ୍କର ପାଣିପାଗ ଘଟଣା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଗମନ ବିଷୟରେ ପୂର୍ବାନୁମାନ କରିଥିଲେ। ଏହା ମଧ୍ୟ କିଛି ପରିମାଣରେ ସତ୍ୟ ପ୍ରମାଣିତ ହୋଇଛି। ଅଧ୍ୟୟନରୁ ଜଣାପଡିଛି ଯେ, ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇଛି। ୨୦୨୪ ମସିହାରେ ସମଗ୍ର ବିଶ୍ୱରେ ଉତ୍ତାପ ବଢିଛି । ପ୍ରବଳ ଉତ୍ତାପର ସମ୍ମୁଖୀନ ହେବା ପରେ ବିଶ୍ୱରର ଅଧିକାଂଶ ଦେଶକୁ ବର୍ଷା ଓ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି।

Baba Vanga Predictions
ପ୍ରାକୃତିକ ବିପର୍ଯ୍ୟୟ

ଆର୍ଥିକ ସଙ୍କଟ:

୨୦୨୪ ମସିହାରେ ଆର୍ଥିକ ସଙ୍କଟ ଆସିବା ନେଇ ବାବା ଭେଙ୍ଗା ମଧ୍ୟ ପୂର୍ବାନୁମାନ କରିଥିଲେ। ଏହା ବ୍ୟତୀତ ବିଶ୍ୱ ଅର୍ଥନୈତିକ ଶକ୍ତିରେ ପରିବର୍ତ୍ତନ, ଭୌଗୋଳିକ ରାଜନୈତିକ ତିକ୍ତତା ଏବଂ ଋଣର ପରିମାଣ ବୃଦ୍ଧି ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହାକୁ ନଜର ରଖି ଦେଖିଲେ ଆମେରିକା ଭଳି ବିତ୍ତଶାଳୀ ଦେଶ ମଧ୍ୟ ଚଳିତ ବର୍ଷ ମୁଦ୍ରାସ୍ଫୀତି ସହ ସଂଗ୍ରାମ ଜାରି ରଖିଛି। ଆମେରିକା ବ୍ୟତୀତ ଜାପାନର ଆର୍ଥିକ ଗତି ମଧ୍ୟ ମନ୍ଥର ରହିଛି। ଅନ୍ୟାନ୍ୟ ଦେଶର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନାହିଁ।

Baba Vanga Predictionsଆର୍ଥିକ ସଙ୍କଟ

ଅଧିକ ପଢ଼ନ୍ତୁ: ୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ; ଗୋଟିଏ ଅଛି ଖୁସି ଖବର

୨୦୨୫ ପାଇଁ ଭବିଷ୍ୟବାଣୀ:

ପୃଥିବୀକୁ ଆସିବେ ଏଲିଏନ୍:

ବାବା ଭେଙ୍ଗା କହିଛନ୍ତି, ୨୦୨୫ରେ ପୃଥିବୀକୁ ଏଲିଏନ୍ ଆସିବେ। ଏକ ଆଥ୍‌ଲେଟିକ ମିଟ୍‌ରେ ଆସି ପହଞ୍ଚିଯିବେ ଏଲିଏନ୍। ତେବେ ସେମାନେ ହିଂସ୍ର ରୂପ ଧାରଣ କରି ଆସିବେ ନା ଶାନ୍ତ ଭାବେ ଆସିବେ, ତାହା ସେ ସ୍ପଷ୍ଟ କରିନାହାନ୍ତି।

ଦେଶ ଦେଶ ମଧ୍ୟରେ ଯୁଦ୍ଧ:

ୟୁରୋପରେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ। ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡିବ। ୟୁରୋପ୍ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବ ବୋଲି କହିଛନ୍ତି ବାବା ଭେଙ୍ଗା।

ମସ୍ତିଷ୍କର ରହସ୍ୟ ଭେଦିବ ମଣିଷ:

ମଣିଷର ମସ୍ତିଷ୍କକୁ ନେଇ ହେବ ନୂଆ ଆବିଷ୍କାର। ଟେଲିପାଥି ସଂପର୍କରେ ମିଳିବ ନୂଆ ତଥ୍ୟ। ମସ୍ତିଷ୍କର ରହସ୍ୟ ଭେଦିବ ମଣିଷ। ସିଧାସଳଖ ବ୍ରେନ୍‌ୱେଭ୍ କମ୍ୟୁନିକେସନ୍‌ ନେଇ ମିଳିବ ସଫଳତା। ଏହା କହିଛନ୍ତି ବାବା ଭେଙ୍ଗା।

ଅକ୍ଷୟ ଶକ୍ତିର ନୂଆ ଆବିଷ୍କାର:

୨୦୨୫ରେ ନୂଆ ଅକ୍ଷୟ ଶକ୍ତି ଉତ୍ସର ଆବିଷ୍କାର ହେବ। ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବାର ଆଶା କରାଯାଉଛି ବୋଲି କହିଛନ୍ତି ବାବା ଭେଙ୍ଗା।

ଅଧିକ ପଢ଼ନ୍ତୁ: NASAର ଭୟଙ୍କର ଭବିଷ୍ୟବାଣୀ; ଏହିଦିନ ଶେଷ ହେବ ପୃଥିବୀ !

Weather Astrological Prediction Natural Disaster Baba Vanga Predictions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ