• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ବିଛା ରାଶି ବିଷୟରେ

ଏ ରାଶିର ବ୍ୟକ୍ତି ଓ ମହିଳା ମାନେ ଭାବୁକ, ପ୍ରେମିକ, ମଧୁର ବଚନ, ମୁହଁରେ ସବୁବେଳେ ହସ, ଚତୁର, କୈାଶଳୀ, ଦୁରସତର୍କ ଦୃଷ୍ଟି, ପ୍ରାକୃତିକ ସୈାନ୍ଦର୍ଯ୍ୟ ପ୍ରିୟ, କ୍ରୋଧୀ, ଅଭିମାନୀ, ପରୋପକାରୀ, ସ୍ନେହୀ, କର୍ମବୀର, ଧାର୍ମିକ ଯୁକ୍ତ ହୋଇଥାନ୍ତି । ବିଶାଖା, ଅନୁରାଧା, ଓ ଜ୍ୟେଷ୍ଠା ନକ୍ଷତ୍ରରେ ଜାତ ହୋଇଥାନ୍ତି । ଏମାନଙ୍କର ନାମର ପ୍ରଥମ ଅକ୍ଷର ତୋ,ନ,ନି,ନୁ,ନେ,ନୋ,ଜ,ଜି,ଜୁ, ଅକ୍ଷରରୁ ଆରମ୍ଭ ହୋଇଥାଏ ।

ସ୍ୱାସ୍ଥ୍ୟ:

ଏମାନେ ସାଧାରଣତଃ ଅଳ୍ପ ମୋଟା ଉଚ୍ଚତା ବିଶିଷ୍ଠ ହୋଇଥାନ୍ତି । ବିଶାଳ ଚକ୍ଷୁ,ବିସୃତ ବକ୍ଷ, ସୁଗୋଲ ଯାନୁ ଯୁକ୍ତ ହୋଇଥାନ୍ତି । ନିଜ ଶରୀର ପ୍ରତି ନିଜେ ଅବହେଳା କରିଥାନ୍ତି । ସେଥିପାଇଁ ବିଭିନ୍ନ ରୋଗ ପାଇଁ ନିଜେ ଦାୟୀ ହୋଇଥାନ୍ତି । ଥଣ୍ଡା ଜନିତ ରୋଗରେ ସାରା ଜୀବନ ଆକ୍ରାନ୍ତ ହୋଇଥାନ୍ତି । ଚର୍ମ ରୋଗ, ବାୟୁ ଜନିତ ରୋଗ, ଚକ୍ଷୁ ଜନିତ ରୋଗ, ବାତ ରୋଗ, ମାନସିକ ରୋଗ, ଓ ଯୈାନ ସମ୍ପର୍କ ଜନିତ ରୋଗ , ରକ୍ତ ଜନିତ ରୋଗ ଭୋଗିବାକୁ ପଡିଥାଏ ।

ଚରିତ୍ର:

ଆପଣାର ସ୍ୱାର୍ଥରେ ବାଧା ପଡିଲେ ଏମାନେ କାହାରି ହୁଅନ୍ତି ନାହିଁ । ଏମାନେ ସ୍ୱେଚ୍ଛାଚାରୀ, କୁଶଳୀ ପ୍ରଶାସକ ହେବା ପାଇଁ ସବୁବେଳେ ଯତ୍ନଶୀଳ , ଯେତେ କଠିନ ପରିସ୍ଥିତିରେ ମଧ୍ୟ ସଂଘର୍ଷରେ ବିଜୟ ଲାଭ ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଗୋପନୀୟ କଥା ଜାଣିବାରେ ଏମାନଙ୍କର ଅଧିକ ଆଗ୍ରହଥାଏ । କଳା କୈାଶଳ ଦ୍ୱାରା ଅନ୍ୟ ମାନଙ୍କର ଗୋପନୀୟତା ଜାଣିବାକୁ ସମର୍ଥ ହୋଇଥାନ୍ତି । ସ୍ପଷ୍ଟବାଦୀ ହୋଇଥିବାରୁ ଆଗପଛ ନଦେଖି ନିର୍ଭିକ ଭାବରେ ନିଜର ବକ୍ତବ୍ୟ ରଖିଥାନ୍ତି । ପରବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଇ ଚଳିପାରନ୍ତି ।

ବନ୍ଧୁତା / ଶତୃତା:

ବନ୍ଧୁତ୍ୱ ସୃଷ୍ଟି କରିବାରେ ଏମାନେ ପାରଙ୍ଗମ । ବନ୍ଧୁତ୍ୱ ସୃଷ୍ଟି କରିବା ପୂର୍ବରୁ ତାଙ୍କର ସମସ୍ତ ବ୍ୟବହାରକୁ ପରଖି ପାରନ୍ତି । ଏମାନଙ୍କର ସୀମିତ ବନ୍ଧୁ ଥାନ୍ତି ଓ ସେହି ବନ୍ଧୁ ମାନଙ୍କ ନିମନ୍ତେ ଏମାନେ ପ୍ରାଣପାତ ମଧ୍ୟ କରିପାରନ୍ତି । ଏମାନେ କାହା ସହ ଶତୃତା କରିଲେ ତାର ମୂଳ ଉତତ୍ପାଟନ ନକରିବା ପର୍ଯ୍ୟନ୍ତ ଶାନ୍ତିରେ ଶୁଅନ୍ତି ନାହିଁ । ଏମାନଙ୍କୁ ପରାସ୍ତ କରିବା ଶତୃ ମାନଙ୍କ ପକ୍ଷରେ କଦାପି ସହଜ ହୋଇନଥାଏ ।

କର୍ମ / ବ୍ୟବସାୟ-

ବୈଜ୍ଞାନିକ, ଇଂଜିନିୟର, ଗୁଇନ୍ଦା ବିଭାଗ, କବି,ଲେଖକ,ଡାକ୍ତର, କର୍ମରାଜ, ବିଦ୍ୟା ସାଧକ, ଓକିଲାତି, ପୋଲିସ୍ ବିଭାଗ, ସୈନ୍ୟବିଭାଗ, ଆଦି ବିଭାଗରେ କର୍ମରତ ରହିଥାନ୍ତି । କ୍ରୀଡ଼ା ସାମଗ୍ରୀ , ଔଷଧ ବ୍ୟବସାୟ, ଶିଳ୍ପ କାରଖାନା, ଠିକାଦାରି, ଆଦି ବ୍ୟବସାୟରେ ଲାଭବାନ୍ ହୋଇଥାନ୍ତି ।

ଜୀବନସାଥୀ / ବିବାହ:

ଏମାନଙ୍କର ପ୍ରେମ ସମ୍ପର୍କ ଆଚରଣରେ କୈାଣସି ସ୍ଥିରତା ନଥାଏ । ଗମ୍ଭୀର ସ୍ୱଭାବ ଯୋଗୁଁ ପ୍ରେମ ବା ପ୍ରଣୟ କ୍ଷେତ୍ରରେ ଏମାନେ ଅସଫଳ ହୋଇଥାନ୍ତି । ଜୀବନସାଥୀଙ୍କ ସହ ବୁଝାମଣା ମାଧ୍ୟମରେ ଅଧିକାଂଶ ସମୟ କଟାଇଥାନ୍ତି । ବୃଷ,କର୍କଟ,ସିଂହ,ବିଛା ଆଦି ରାଶି ସହିତ ବୈବାହିକ ବନ୍ଧନରେ ଆବଦ୍ଧ ହେଲେ ବୈବାହିକ ଜୀବନ ସୁଖରେ କଟିଥାଏ ।

ଦାମ୍ପତ୍ୟ ଜୀବନ:

ଏହି ରାଶିର ନାରୀ ମାନେ ସୁଲକ୍ଷଣା ହୋଇଥାନ୍ତି । ଏମାନେ ଚରିତ୍ର ପ୍ରତି ସଚେତନ ଥିବାରୁ ଏମାନେ ନିଜର ଚାରିତ୍ରିକ ଆଦର୍ଶକୁ ବଜାୟ ରଖିବା ଲାଗି ବିଶେଷ ଆଗ୍ରହୀ ହୋଇଥାନ୍ତି । ବୟସ ବଢିବା ସଙ୍ଗେ ସଙ୍ଗେ ଏମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଉଠେ । ଏମାନଙ୍କର ସନ୍ଦେହୀ ମନଭାବ ଯୋଗୁଁ ବେଳେ ବେଳେ ଦାମ୍ପତ୍ୟ ଜୀବନରେ ଦୁଃଖ ଆଣିଦିଏ । ପ୍ରତ୍ୟେକ କଥାରେ ଗୋପନୀୟତା ରଖିବାକୁ ଚେଷ୍ଟା କଲେ ସ୍ୱାମୀ , ସ୍ତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥାଏ ।

ପାରିବାରିକ ଜୀବନ:

ନିଜ ଜିଦ୍‌ରେ ନିଜେ ଅଟଳ ରହି ନିଜର ମତାମତକୁ ଅନ୍ୟ ଉପରେ ଯାହିର କରିବାକୁ ସର୍ବଦା ଚାହୁଁଥିବାରୁ ବେଳେବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ନିକଟରେ ଅପଦସ୍ତ ହୋଇଥାନ୍ତି । ପରିବାର ଠାରୁ ଦୂରରେ ରହିବାକୁ ଏମାନେ ପସନ୍ଦ କରିଥାନ୍ତି । ଏମାନେ ନିଜର ପିତାମାତାକୁ ସମ୍ମାନ ଦେବା ସହିତ ନିଜର ଶାଶୁ ଶଶୂରଙ୍କୁ ମଧ୍ୟ ଉଚିତ୍ ସମ୍ମାନ ଦେଇଥାନ୍ତିା

ଆର୍ଥିକ ସ୍ଥିତି:

ଦୃଢ ମନବଳ ଓ ବିଶ୍ୱାସ ଯୋଗୁଁ ଏମାନେ ଅର୍ଥନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥାନ୍ତି । ନିଜ ଉପାର୍ଜନରେ ସମାଜରେ ପ୍ରତିଷ୍ଠା ଲାଭ କରିଥାନ୍ତି । ଏମାନେ ଯେତେ ଗରିବ ହୋଇଥିଲେ ମଧ୍ୟ ଦିନେ ନା ଦିନେ ବିତ୍ତଶାଳୀ ବ୍ୟକ୍ତି ରୂପେ ସମାଜରେ ପରିଚିତ ହୋଇଥାନ୍ତି ।

ଲକ୍ଷ୍ୟପଥ:

ସମାଜରେ ଅବହେଳିତ , ଅତ୍ୟାଚାରିତ,ନିଷ୍ପେସିତ, ଗରିବ, ଜନ ସାଧାରଣଙ୍କ ପକ୍ଷରେ ନ୍ୟାୟ ପାଇଁ ଜୀବନକୁ ବାଜିମାରି ଲଢେଇ କରିବା ଏମାନଙ୍କର ମୂଳ ଲକ୍ଷ୍ୟ ହୋଇଥାଏ । ଏମାନେ ଧର୍ମ ଆଧାତ୍ମିକ ଦିଗ ପ୍ରତି ଆକୃଷ୍ଟ ହୋଇଥାନ୍ତି ଓ ସମସ୍ତ ପଙ୍କିଳତାର ଉର୍ଦ୍ଧ୍ୱକୁ ଉଠି ଶୁଦ୍ଧ ଓ ପବିତ୍ର , ଶାନ୍ତ ଜୀବନ ଯାପନ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି । ନିଜର ବୁଦ୍ଧି ଓ ଅଧ୍ୟବସାୟ ବଳରେ ସ୍ୱଇଚ୍ଛାରେ ସ୍ୱପ୍ରବୃତିରେ ନିଜକୁ ନିୟୋଜିତ କରି ଶୀର୍ଷ ସ୍ଥାନରେ ପହଞ୍ଚି ପାରନ୍ତି ।

ଶୁଭ:

ଶୁଭବାର- ରବି, ମଙ୍ଗଳ

ଶୁଭରଙ୍ଗ- ନାଲି, ହଳଦୀ

ଶୁଭସଂଖ୍ୟା- ୧,୩,୯

ଶୁଭରତ୍ନ- ଲାଲ୍ ପ୍ରବାଳ

ଦେବତା- ଗଣେଶ, ହନୁମାନ

ଦେବୀ- ବଗଳା ମୁଖୀ

ରୁଦ୍ରାକ୍ଷ- ୯ ମୁଖୀ

ଅଶୁଭ:

ଘାତବାର- ଶୁକ୍ର

ଘାତଚନ୍ଦ୍ର- ବୃଷ

ଘାତତୀଥି - ପ୍ରତିପଦ, ଷଷ୍ଠୀ, ଏକାଦଶୀ

ନକ୍ଷତ୍ର- ରେବତୀ