Advertisment

୩୦୦ କି.ମି. ସ୍ପିଡ୍‌ରେ ଥିଲା ବାଇକ୍‌,ହେଲ୍‌ମେଟ୍‌ ଚୁର୍‌ମାର୍‌...ଭିଡିଓ କରିବା ବେଳେ ଜଣାଶୁଣା ୟୁଟ୍ୟୁବର ମୃତ

ଘଣ୍ଟାପ୍ରତି ୩୦୦ କି.ମି. ସ୍ପିଡ୍‌ରେ ବାଇକ୍‌ ଚଲାଇବା ପାଇଁ ପ୍ରାୟାସ କରୁଥିଲେ ୟୁଟ୍ୟୁବର। ହେଲେ ସେ ଜାଣିନଥିଲେ ଏହା ତାଙ୍କ ପାଇଁ କାଳ ହେବ ଓ ଏଥିରେ ତାଙ୍କର ଜୀବନ ମଧ୍ୟ ଚାଲି ଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
YouTuber Agastya Chauhan killed in accident

YouTuber Agastya Chauhan killed in accident

ଘଣ୍ଟାପ୍ରତି ୩୦୦ କି.ମି. ସ୍ପିଡ୍‌ରେ ବାଇକ୍‌ ଚଲାଇବା ପାଇଁ ପ୍ରାୟାସ କରୁଥିଲେ ୟୁଟ୍ୟୁବର। ହେଲେ ସେ ଜାଣିନଥିଲେ ଏହା ତାଙ୍କ ପାଇଁ କାଳ ହେବ ଓ ଏଥିରେ ତାଙ୍କର ଜୀବନ ମଧ୍ୟ ଚାଲି ଯିବ। ଡିଭାଇଡରରେ ବାଇକ୍‌ ପିଟି ହେବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ଅଲିଗଡ଼ ଥାନା ଟପ୍ପଲ ସ୍ଥିତ ଯମୁନା ଏକ୍ସପ୍ରେସ୍‌-ୱେରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ମୃତ ୟୁଟ୍ୟୁବର ହେଲେ ଅଗସ୍ତ୍ୟ ଚୌହ୍ୱାନ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ, ୟୁଟ୍ୟୁବର ତଥା ବାଇକର୍‌ ଅଗସ୍ତ୍ୟ ନିଜ ରେସିଂ ବାଇକ୍‌ରେ ଆଗ୍ରାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାସ୍ତାରେ ତାଙ୍କ ବାଇକ୍‌ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ହେଲ୍‌ମେଟ୍‌ ପିନ୍ଧି ଥିଲେ ବି ସେ ବଞ୍ଚି ପାରିନଥିଲେ। ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁ ଘଟଣାସ୍ଥଳରେ ହିଁ ସେ ଆଖି ବୁଜିଥିଲେ।

Advertisment

ଦିଲ୍ଲୀରେ ରହୁଥିଲେ ଅଗସ୍ତ୍ୟ, ଲକ୍ଷାଧିକ ସବ୍‌ସ୍କ୍ରାଇବର...

କୁହାଯାଉଛି ଯେ, ଅଗସ୍ତ ଦିଲ୍ଲୀରେ ରହୁଥିବା ବେଳେ ସେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ (Youtube Channel) ଚଲାଉ ଥିଲେ। ଏଥିପାଇଁ ସେ ଭିଡିଓ କରୁଥିଲେ। ୟୁଟ୍ୟୁବ ଚ୍ୟାନେଲରେ କୋଟି କୋଟି ଭିୟୁର ଓ ଲକ୍ଷାଧିକ ସବ୍‌ସ୍କ୍ରାଇବର ଅଛନ୍ତି। ସେ ବାଇକ୍‌ ରାଇଡିଂ କରି ପ୍ରଫେସନାଲ୍‌ ଭିଡିଓ ଶୁଟ୍‌ କରୁଥିଲେ। ତେବେ ଏସବୁ ଭିଡିଓରେ ସେ Disclaimer ଦେବା ସହ ଦ୍ରୁତ ଗତିରେ ଗାଡ଼ି ନଚଲାଇବା ପାଇଁ ପରାମର୍ଶ ଦେଉଥିଲେ।

ବାଇକ୍‌ ରେସିଂରେ ଭାଗ ନେବାକୁ ଯାଉଥିଲେ...

ୟୁଟ୍ୟୁବର ଅଗସ୍ତ୍ୟ ଚୌହ୍ୱାନ( Youtuber Agastya Chauhan) ଦିଲ୍ଲୀରେ ହେବାକୁ ଥିବା ଲଙ୍ଗ୍‌ ରାଇଡ୍‌ କମ୍ପିଟିସନ୍‌ରେ ଭାଗ ନେବାକୁ ଯିବାବେଳେ ଅଧା ବାଟରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ। ସେ ନିଜ ରେସିଂ ବାଇକ୍‌କୁ ଘଣ୍ଟା ପ୍ରତି ୩୦୦ କି.ମି. ଗତିରେ ଚଲାଇବା ପାଇଁ ପ୍ରୟାସ କରୁଥିଲେ। ଏହାସହ ବାଇକ୍‌ ଚଲାଇବା ବେଳେ ଭିଡିଓ ମଧ୍ୟ ସେ ଶୁଟ୍‌ କରୁଥିଲେ। ଯେତେବେଳେ ଅଗସ୍ତ୍ୟ ଯମୁନା ଏକ୍ସପ୍ରେସ୍‌ ୱେରେ ପ୍ରଥମ ଥର ପାଇଁ ୩୦୦ କି.ମି. ସ୍ପିଡ୍‌ରେ ବାଇକ୍‌ ଚଲାଇବା ପାଇଁ ପ୍ରୟାସ କରିଥିଲେ, ଏହି ସମୟରେ ସେ ଗାଡ଼ିକୁ କଣ୍ଟ୍ରୋଲ କରିପାରି ନଥିଲେ। ଫଳରେ ବାଇକ୍‌ ଯାଇ ସିଧା ଡିଭାଇଡରରେ ପିଟି ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି। 


 
 
 
 
 
 
 
 
 
 
 
 
 
 

A post shared by AGASTAY CHAUHAN (@pro_rider_1000)

Accident
Advertisment
Advertisment