ରକ୍ତମୁଖା ‘ମୋ ବସ୍’
ଅଟୋକୁ ଅପେକ୍ଷା କରିଥିବା ବେଳେ ୨ଯୁବକଙ୍କ ଉପରେ ମାଡ଼ିଗଲା ମୋ ବସ୍। ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଯୁବକ ଆହତ ହୋଇଛନ୍ତି।
ସେମାନେ ହେଲେ ରଞ୍ଜିତ ବେହେରା ଏବଂ ହୃଦାନନ୍ଦ ମହାନ୍ତି। ରଞ୍ଜିତଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ହୃଦାନନ୍ଦଙ୍କ କାନ୍ଧ ଓ ଅଣ୍ଟାରେ ଆଘାତ ଲାଗିଛି। ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍
ରଞ୍ଜିତ ଓ ହୃଦାନନ୍ଦ ପୁରୀ ଯାଇଥିଲେ। ପୁରୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ମାଷ୍ଟର କ୍ୟାଣ୍ଟିନ ଛକରେ ନିଜ ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ। ଖରା ହେଉଥିବାରୁ ଷ୍ଟାଣ୍ଡରେ ଠିଆ ହୋଇଥିବା ମୋ ବସ୍ ସାମ୍ନାରେ ବସିପଡ଼ିଥିଲେ।
ଏହି ସମୟରେ ମୋ ବସ୍ଟି ଷ୍ଟାଣ୍ଡରୁ ବାହାରିଥିଲା ଓ ୨ଜଣ ଯୁବକଙ୍କ ଉପରେ ମାଡ଼ି ଯାଇଥିଲା। ଉଭୟ ଯୁବକ ଚିତ୍କାର କରିଥିଲେ। ପରେ ସ୍ଥାନୀୟ ଲୋକେ ଦୌଡ଼ି ଆସି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740474241.jpg)