/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712481276.jpg)
Drowning Death
ଜେଜେଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିବା ବେଳେ କଟକ ମହାନଦୀରେ ବୁଡ଼ି ନାତି ମୃତ। କଟକ ମହାନଦୀ ତୁଳସୀପୁର ହାତୀଗଡା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଖୋଜାଖୋଜି ପରେ ନଦୀରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
Advertisment
ସୂଚନା ଅନୁଯାୟୀ, ଜେଜେଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିଲେ ୨୧ ବର୍ଷିୟ ନାତୀ ରୂପକ ବାନାର୍ଜୀ। ଆଜି ଦଶ ତୁଠ ଶୁଦ୍ଧି କାମ ପାଇଁ ସମସ୍ତେ ଆସିଥିଲେ ନଦୀ କୂଳକୁ। ସମସ୍ତେ ଶୁଦ୍ଧି କାମରେ ଯୋଗ ଦେଇ ନଦୀରେ ଗାଧୋଉଥିଲେ। ଏହି ସମୟରେ ରୂପକ ଅଚାନକ ନଦୀ କୂଳରେ ଥିବା ଏକ ଉଚ୍ଚା ଜାଗାରୁ ନଦୀକୁ ଡେଇଁ ପଡିଥିଲେ। ପରେ ନିଖୋଜ ହୋଇଯାଇଥିଲେ।
ପରେ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ରୂପକ ଭୁବନେଶ୍ୱରର ଏକ ଘରୋଇ କଲେଜର ବି.ଟେକ ଛାତ୍ର। ତେବେ କେଉଁ କାରଣରୁ ନଦୀକୁ ଡେଇଁଲେ ସେନେଇ କିଛି ସ୍ପଷ୍ଟ ହୋଇନି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)