Advertisment

ଏମିତି ବି ଆସେ ମୃତ୍ୟୁ...ବୁଢୀ ମାଉସୀର ଦୁଃଖ ବୁଝିବାକୁ ଯାଇ ଚାଲିଗଲା ଜୀବନ

ପଡ଼ିଶା ଘର ବୁଢ଼ୀ ମାଉସୀଙ୍କ ଘରେ ବିଦ୍ୟୁତ ସମସ୍ୟା ଦେଖାଦେଇଥିଲା। ଏହାକୁ ଠିକ୍ କରିବା ପାଇଁ ସେ ମଧୁଙ୍କୁ ଡାକିଥିଲେ। ତେବେ ଲାଇନ ଠିକ୍ କରିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ।

ଅଦ୍ୟତନ ହୋଇଛି
Electric shock

Electric shock

Advertisment

ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିଯିବ ତାହା କହିବା ଅସମ୍ଭବ। ଅନେକ ସମୟରେ ଦୁର୍ଘଟଣାରେ ଜୀବନ ଯାଉଥିବା ବେଳେ ଏବେ ଅନ୍ୟଜଣକୁ ସାହାଯ୍ୟ କରିବାକୁ ଯାଇ ଜୀବନ ହରାଇଛନ୍ତି ଯୁବକ। ପଡୋଶୀଙ୍କ ବିଦ୍ୟୁତ ତାର ସଜାଡିବା ବେଳେ କରେଣ୍ଟ ଲାଗି ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Advertisment

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମାଣ୍ଡିଆଗୁଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ହେଉଛନ୍ତି ମଧୁ ମିଣ୍ୟାକା । ପଡ଼ିଶା ଘର ବୁଢ଼ୀ ମାଉସୀଙ୍କ ଘରେ ବିଦ୍ୟୁତ ସମସ୍ୟା ଦେଖାଦେଇଥିଲା। ଏହାକୁ ଠିକ୍ କରିବା ପାଇଁ ସେ ମଧୁଙ୍କୁ ଡାକିଥିଲେ। ତେବେ ଲାଇନ ଠିକ୍ କରିବା ବେଳେ ହଠାତ୍ ମଧୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣା ପ୍ରଘଟ ହେବାପରେ ଗାଁ ଲୋକେ ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ। ଲାଇନ କାଟିବା ପରେ ମଧୁଙ୍କ ମୃତଦେହ ଉଦ୍ଧାର କରିଥିଲେ ପଡୋଶୀ। ମଧୁ ତାଙ୍କର ପତ୍ନୀ ଓ ଗୋଟିଏ ୪ବର୍ଷର ପୁଅ ସହ ରହୁଥିଲେ। ଏହି ଘଟଣା ପରେ ତାଙ୍କ ପରିବାର ଏବେ ବେସାହାରା ହୋଇଯାଇଛି। ସେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ପରେ ସରକାରୀ ସୁବିଧା ଓ ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି l ଏ ନେଇ ଦଶମନ୍ତପୁର ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି l

Advertisment
Electric Shock
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ