Advertisment

Wedding Turns Tragic in Dhenkanal: ବିବାହ ଶୋଭାଯାତ୍ରା ବେଳେ ବିଦ୍ୟୁତ୍ ଝଟକା; ଡିଜେ ମେସିନରୁ ବିଦ୍ୟୁତ୍ ଆଘାତ ଲାଗି ଜଣେ ମୃତ...

ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ନାଚି ନାଚି ଯାଉଥିବା ବରଯାତ୍ରୀ। ଡିଜେ ମେସିନରୁ ବିଦ୍ୟୁତ୍ ଆଘାତ ଲାଗି ଜଣେ ମୃତ, ୫ ଗୁରୁତର।

ଅଦ୍ୟତନ ହୋଇଛି
Wedding Turns Tragic in Dhenkanal

Wedding Turns Tragic in Dhenkanal

Advertisment

ଚାଲିଥିଲା ବିବାହ ଶୋଭାଯାତ୍ରା, ମାରିଲା କରେଣ୍ଟ। ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ନାଚି ନାଚି ଯାଉଥିବା ବରଯାତ୍ରୀ। ଡିଜେ ମେସିନରୁ ବିଦ୍ୟୁତ୍ ଆଘାତ ଲାଗି ଜଣେ ମୃତ, ୫ ଗୁରୁତର। କାମାକ୍ଷାନଗର ତୁମୁସିଙ୍ଗା ଥାନା କଦଳୀପାଳ ଜୁଆଙ୍ଗସାହିରେ ଅଘଟଣ। 

Advertisment

କେମିତି ଡିଜେ ମେସିନରୁ ବିଦ୍ୟୁତ ଝଟକା ଲାଗିଛି। ବିଦ୍ୟୁତ ଝଟକା ଲାଗି ଜଣକ ପରେ ଜଣେ କେମିତି ତଳେ ପଡିଯାଉଛନ୍ତି। ଯାହାର ସିସିଟିଭି ଭିଡ଼ିଓ ଏବେ ସାମ୍ନାକୁ ଆସିଛି। 

ଅଧିକ ପଢ଼ନ୍ତୁ: ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ...

ବାହାଘର ଶୋଭାଯାତ୍ରା ଚାଲୁଥିବା ବେଳେ ସାହି ମଝିରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଡିଜେ ଗାଡି l ସେହି ସମୟରେ ଡିଜେ ଗାଡି ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କରେଣ୍ଟ ମାରିଥିଲା l ବିଦ୍ୟୁତ ଆଘାତରେ ୬ ଜଣ ଗୁରୁତର ହୋଇଥିଲେ। 

Advertisment

ତେବେ ସ୍ଥାନୀୟ ଲୋକ ଗୁରୁତରଙ୍କୁ ଅଁଳାବେରେଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ l ସେଠାରେ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଛି l ଅନ୍ୟ ପାଞ୍ଚ ଜଣଙ୍କ ଚିକିତ୍ସା ଜାରି ରହିଛି l  

Weddings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ