Train Accident
ପୁଣି ପାସେଞ୍ଜର ଟ୍ରେନ୍ ଦୁର୍ଘଟଣା ହୋଇଛି । ୩ଟି ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ କିଛି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ଏହି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ୩ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଛି । ରାୟଗଡ଼ା ଯାଉଥିବା ପାସେଞ୍ଜର ପଲାସା ପାସେଞ୍ଜରକୁ ପିଟିବା ଫଳରେ ଲାଇନ୍ଚ୍ୟୁତ ହୋଇଛି ବଗି । ସେହିପରି ପଲାସାର ଗୋଟିଏ ବଗି ମେନ୍ ଲାଇନ୍ରେ ପଡ଼ିବାରୁ ଦୁର୍ଘଟଣା ହୋଇଛି । ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698591998.jpg)