Advertisment

Accident: କୁହୁଡ଼ି ଯୋଗୁଁ ଦେଖି ପାରିଲେନି ଡ୍ରାଇଭର, ଟ୍ରେଲରକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

ବାପାଙ୍କ ମୃତ୍ୟୁର ଦିନ କେଇଟା ପରେ ଅଫେରା ରାଇଜକୁ ଚାଲିଗଲା ପୁଅ

ଅଦ୍ୟତନ ହୋଇଛି
Accident

Accident

Advertisment

ବାପାଙ୍କ ମୃତ୍ୟୁର ଦିନ କେଇଟା ପରେ ଅଫେରା ରାଇଜକୁ ଚାଲିଗଲା ପୁଅ । ବାପାଙ୍କ ଶୁଦ୍ଧି କ୍ରିୟା ସାରିବା ପରେ ଦୁର୍ଘଟଣା ନେଇଛି ପୁଅର ଜୀବନ । ଆଜି ଭୋରରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗଏକାନପାଲିରେ ସଂକୀର୍ତ୍ତନ ଦଳକୁ ନେଇ ଯାଉଥିବା ଭ୍ୟାନ୍ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଓ ୪ ଜଣ ଆହତ ହୋଇଛନ୍ତି । ସେମାନେ ଛତିଶଗଡ଼ ଚକ୍ରାବାହଲ ଗାଁରେ ଏକ ଶୁଦ୍ଧି କ୍ରିୟାରୁ ଫେରୁଥିଲେ ।

Advertisment

ଯେଉଁ ମୃତକଙ୍କ ଶୁଦ୍ଧି କ୍ରିୟାରେ ସଂକୀର୍ତ୍ତନ କରିବାକୁ ଯାଇଥିଲେ ତାଙ୍କ ପୁଅ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେ ନିଜେ ଭ୍ୟାନ୍ ଚଳାଇ ସଂକୀର୍ତ୍ତନ ଦଳକୁ ଛାଡ଼ିବାକୁ ଆସୁଥିଲେ । ଏତିକି ବେଳେ ହେମଗିରି ଥାନା ଗଏକାନପାଲିରେ ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଥିଲା ଭ୍ୟାନ୍ । ବାପାଙ୍କ ଶୁଦ୍ଧି କ୍ରିୟା ପରେ ପୁଅର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ତେବେ ଭୋର୍ ସମୟରେ କୁହୁଡି ଜନିତ କାରଣ ହେଉ ବା ଚାଳକଙ୍କ ଆଖି ଲାଗି ଯାଇଥାଉ କି ଯେଉଁ ବି କାରଣ ହେଉ, ୭ ଜଣଙ୍କର ମୃତ୍ୟୁ ହେବା ଫଳରେ ପୂରା ଅଞ୍ଚଳ ଶୋକାକୂଳ ହୋଇ ଯାଇଛି । ତେବେ ଦୁର୍ଘଟଣାର ସଠିକ୍ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

Advertisment

ଅନେକ ସମୟରେ ରାସ୍ତା କଡ଼ରେ ଟ୍ରକ ଗୁଡ଼ିକ ଛିଡ଼ା ହେଉଥିବା ବେଳେ ଛୋଟ ବଡ ଅନେକ ଦୁର୍ଘଟଣା ଘଟୁଛି । ତେବେ ବାପାଙ୍କ ଶୁଦ୍ଧି କ୍ରିୟା ପରେ ପୁଅର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ରାସ୍ତାରୋକ ଜାରି ରହିଥିବା ବେଳେ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Road Accident Accident Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ