Accident
ତାମିଲନାଡୁରେ ଓଡ଼ିଆ ପୋଲିସ କନେଷ୍ଟବଳଙ୍କ ଅକାଳ ବିୟୋଗ । ଇଲେକ୍ସନ୍ ପାଇଁ ତ୍ରିଚୀକୁ ଯାଇଥିବା ବେଳେ ଓଡ଼ିଆ ପୋଲିସ କନେଷ୍ଟବଳ ପ୍ରମୋଦ କୁମାର ମାଝୀଙ୍କ ପରଲୋକ ଘଟିଛି । ଏକ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ପୋଲିସ । ସେ ପଞ୍ଚମ IRBN ବାଟାଲିୟନ ବୌଦ୍ଧରେ କାର୍ଯ୍ୟରତ ଥିଲେ ।
ଘର ନୂଆପଡା ଜିଲ୍ଲା ଧର୍ମବନ୍ଧା ଗାଁରେ । ୨୦୦୯ରେ ରାଜ୍ୟ ପୋଲିସ ବିଭାଗରେ ଯୋଗଦେଇଥିଲେ ପ୍ରମୋଦ । ଆଗକୁ ତାମିଲନାଡୁରେ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ପୋଲିସର ୩୦ଟି କମ୍ପାନୀ ତାମିଲନାଡୁ ଗସ୍ତରେ ଯାଇଛନ୍ତି । ଗତ ୪ ତାରିଖରେ ପ୍ରମୋଦ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ଏକ ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା ।
ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ପୋଲିସ । ପ୍ରମୋଦଙ୍କ ଏଭଳି ମୃତ୍ୟୁରେ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଶୋକବ୍ୟକ୍ତ କରିଛନ୍ତି । ଏହାସହ ପ୍ରମୋଦଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Accident_1712629193.jpg)