Advertisment

ଭୁଶୁଡ଼ିଲା ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌, ୧୭ ଶ୍ରମିକ ମୃତ

ଭୁଶୁଡ଼ିଲା ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌। ମିଜୋରାମର ରାଜଧାନୀ ଆଇଜଲ ନିକଟ ସାଇରଙ୍ଗରେ ଆଜି ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ୧୭ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mizoram Under construction Bridge Collapses

Under construction railway over bridge collapsed in Mizoram

ଭୁଶୁଡ଼ିଲା ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌। ଫଳରେ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିଜୋରାମର ରାଜଧାନୀ ଆଇଜୱାଲ ନିକଟ ସାଇରଙ୍ଗରେ ଆଜି ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ଏତେ ବଡ଼ ଅଘଟଣ ଘଟିଛି। 

Advertisment

ଅଘଟଣକୁ ନେଇ ମିଜୋରାମ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 

Advertisment

ବ୍ରିଜ୍‌ ଭୁଶୁଡ଼ିବା ସମୟରେ ପ୍ରାୟ ୩୫ରୁ ୪୦ ଜଣ ଶ୍ରମିକ ସେଠାରେ କାମ କରୁଥିଲେ। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଅଘଟଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସାଇରଙ୍ଗ-ଶିମୂଳି ରେଳପଥ ଅତର୍ଗତ ଏହି ବ୍ରିଜ୍‌ ନିର୍ମାଣ କରାଯାଉଥିଲା। ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ଲାଗି ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। 

Bridge Collapses
Advertisment
Advertisment