Tragic Auto Accident Claims Lives
ଆସିକା କୋଟିନଡ଼ା ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଡାଲା ଅଟୋ ଓଲଟି ୨ ମହିଳା ମୃତ, ୧୪ ଜଣ ଆହତ। ଗୁରୁତରଙ୍କୁ ଆସିକା ମେଡିକେଲରେ ଭର୍ତି କରାଯାଇଛି। ୭ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକେଲ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ: ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ଦୋକାନ
ମୃତକ ଦୁଇ ଜଣ ଭେଟନଈ ଗ୍ରାମର ୨୫ ବର୍ଷୀୟା ଗାୟତ୍ରୀ ଗୌଡ଼ ଓ ୫୦ ବର୍ଷୀୟା ସରୋଜିନୀ ସାହୁ। ସାନଖୋଲି ଗ୍ରାମକୁ ଯଜ୍ଞ ଦେଖିବାକୁ ଭେଟନଈ ଗ୍ରାମର ୨୦ରୁ ଉର୍ଦ୍ଧ୍ବ ଲୋକ ଏକ ଡାଲା ଅଟୋରେ ଯାଇଥିଲେ। ଯଜ୍ଞ ଦେଖି ଫେରୁଥିବା ସମୟରେ ଅଟୋଟି ଭାରସାମ୍ୟ ହରାଇ ବଡଖୋଲି ଓ ଭେଟନଇ ମଝି ରାସ୍ତାରେ ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747190461.jpg)