Mother-Son Duo
ଏମିତି ବି ଆସେ ମୃତ୍ୟୁ । ଏକା ସଙ୍ଗେ ଚାଲିଗଲା ମା’ ପୁଅଙ୍କ ଜୀବନ । ମାଆ ପୁଅଙ୍କ ଉପରେ ଟ୍ରକ୍ ଚଢ଼ିଯିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ ଜଣ ସଦସ୍ୟ । ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା କୁଟୁରିଆ ଗାଁରୁ ଆସିଛି ।
ସ୍ଥାନୀୟ ଯାତ୍ରା ପଡ଼ିଆ ନିକଟରେ ମାଆ-ପୁଅଙ୍କ ଉପରେ ଟ୍ରକ ଚଢିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ କୁଟୁରିଆ ଗାଁର ରୁନୁ ପଧାନ ଓ ପୁଅ ଲିପୁ ପଧାନ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ ପରିବାରର ସମସ୍ତ ସଦସ୍ୟ ଗାଁ ଯାତ୍ରା ପଡ଼ିଆ ନିକଟରେ ଶୋଇଥିବାବେଳେ ବାଘମୁଣ୍ଡା ଗାଁରୁ ବାଲି ଅନଲୋଡ଼ କରି ଆସୁଥିବା ଏକ ଟ୍ରକ ମାଡି ଯାଇଥିଲା । ତେବେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ପରଜଙ୍ଗ ଓ ପରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେତେବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ରକଟିକୁ ଧରି ଡ୍ରାଇଭର ଚମ୍ପଟ ମାରିଥିଲା । ଏହି ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ମହାବିରୋଡ଼ ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696923368.jpg)