Advertisment

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଡାଲି ବୋଝେଇ ଟ୍ରକ୍

ଚାହୁଁ ଚାହୁଁ ଜଳିଗଲା ଡାଲି ବୋଝେଇ ଟ୍ରକ୍। ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଅମଣାକୁଦ ଛକ ନିକଟରେ ଘଟିଛି ଅଘଟଣ।

ଅଦ୍ୟତନ ହୋଇଛି
Truck Carrying 30 Tons Of Dal Goes Up In Flames On Adaspur-Niali Road

truck fire

Advertisment

ଚାହୁଁ ଚାହୁଁ ଜଳିଗଲା ଡାଲି ବୋଝେଇ ଟ୍ରକ୍। ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଅମଣାକୁଦ ଛକ ନିକଟରେ ଘଟିଛି ଅଘଟଣ। ରାୟପୁରରୁ ଡାଲି ନେଇ କୋଣାର୍କ ଯାଉଥିବା ବେଳେ ଗତକାଲି ବିଲମ୍ବିତ ରାତିରେ ହୁତ୍ ହୁତ୍ ହେଇ ଜଳି ଯାଇଛି ଟ୍ରକ୍। ଟ୍ରକ୍‌ରେ ପ୍ରାୟ ୩୦ଟନ୍‌ରୁ ଅଧିକ ଡାଲି ଥିବା ଅନୁମାନ କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ପୁଣି ଏଡାଗଲା ବଡ଼ ଟ୍ରେନ ଅଘଟଣ; ରେଳ ଧାରଣାରୁ ମିଳିଲା ଗ୍ୟାସ ସିଲିଣ୍ଡର

ଗାଡ଼ିର ପଛ ପଟୁ ନିଆଁ ଲାଗି ଥିବା ଜାଣିବାକୁ ପାଇ ଡ୍ରାଇଭର ଗାଡ଼ିକୁ ରାସ୍ତାକଡ଼ରେ ଆଣି ରଖିଥିଲେ। ଗାଡ଼ିରେ ଥିବା ଲକ୍ଷାଧିକ ଟଙ୍କାର ଡାଲି ସହ ଗାଡ଼ିଟି ଜଳି ଯାଇଛି। ଅଡ଼ଶପୁର ଓ ନିଆଳି ଦମକଳ ବାହିନୀ ଆସି ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଛି। ରାସ୍ତା କଡ଼ରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଯାଆସ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଏପରି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Advertisment
Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ