Advertisment

ଗୁରୁତର ହୋଇ ବସ୍‌ରେ ଆସିଲେ, ଶବ ହୋଇ ଟ୍ରାକ୍ଟରରେ ଗଲେ

ଇତିମଧ୍ୟରେ ରେଳ ଦୁର୍ଘଟଣା ସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Train mishap in Balasore

Train mishap in Balasore

Advertisment

ଦୁଇ ଏକ୍ସପ୍ରେସ ଦୁର୍ଘଟଣାରେ ୭୦ରୁ ଅଧିକ ମୃତ ନେଇ ସୂଚନା ମିଳିଛି। ପ୍ରାୟ ୩୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏବେ ବି ଉଦ୍ଧାର ହେଉଛି ମୃତଦେହ। ସଂଖ୍ୟା ଶହେ ଛୁଇଁପାରେ। 

Advertisment

ଇତିମଧ୍ୟରେ ରେଳ ଦୁର୍ଘଟଣା ସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ମୃତାହତଙ୍କୁ ହସ୍ପିଟାଲ ନେବାକୁ ନିଅଣ୍ଟ ହେଲା ଆମ୍ବୁଲାନ୍ସ। ଟ୍ରାକ୍ଟର ଡାଲାରେ ଗଦା କରି ବୁହା ହେଲା ମୃତଦେହ। ପିକ୍‌ଅପ୍‌ ଭ୍ୟାନ୍‌ ଡାଲାରେ ଲୋଡ୍ କରି ବୁହା ହେଲା ଶବ। 

ସେପଟେ ଶହ ଶହ ଲୋକ ମରିଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ଯେ ଘଟଣା ସ୍ଥଳରେ ଅତି ହୃଦୟ ବିଦାରକ ଦୃଶ୍ୟ ଦେଖିଲୁ। ଲୋକ ଭଙ୍ଗା ବଗି ତଳେ ଚାପି ହୋଇ ରହିଥିଲେ। ମୋ ସାମ୍ନାରେ ଉଦ୍ଧାର ବେଳେ ଜଣେ ଲୋକ ମରିଗଲେ। ଆହତ ଲୋକଙ୍କୁ ମାଗଣା ଚିକିତ୍ସା କରାଯିବ।

Advertisment

ବାଲେଶ୍ୱର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଏଯାବତ୍‌ ୭୦ରୁ ଅଧିକ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଆଗକୁ ଶତାଧିକ ହେବ ବୋଲି ଆଶଙ୍କା କରାଯାଇଛି। କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା। ଏଥିରେ କରମଣ୍ଡଳର ୧୫ ବଗି ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସର ୨ ବଗି ଲାଇନଚ୍ୟୁତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ