ବିହାର ଛାପ୍ରା ଜିଲ୍ଲାରେ ବଡ ଧରଣର ଅଘଟଣ। ଏକ ବାଲକୋନି ଭୁଶୁଡି ପଡିବାରୁ ପ୍ରାୟ ଶହେ ଲୋକ ଆହତ ହୋଇଛନ୍ତି । ଗତକାଲି ରାତିରେ ମହାବୀର ପ୍ରୋସେସନ ଦେଖିବାକୁ ଏମାନେ ସମସ୍ତେ ବାଲକୋନିରେ ଏକାଠି ହୋଇଥିଲେ । ହେଲେ ହଠାତ ଭୁଶୁଡି ପଡିବାରୁ ସମସ୍ତେ ତଳକୁ ଖସି ପଡିଥିଲେ । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ: Video Viral: ନଦୀକୁ ଡେଇଁଲେ ମହିଳା, ଚୁଟିକୁ ଧରିପକାଇଲେ କ୍ୟାବ୍ ଡ୍ରାଇଭର..!
Also Read
ସୂଚନା ଅନୁଯାୟୀ ଶୋଭାଯାତ୍ରା ଦେଖିବା ଲାଗି ଏମାନେ ଏକ ବିଲଡିଂରେ ବାଲକୋନି ସହ ଛାତ ଉପରେ ଏବଂ ଆଉ କିଛି ଛାତ ତଳେ ଭିଡ ଜମାଇଥିଲେ । ବାଲକୋନି ଭୁଶୁଡି ପଡିବାରୁ ତଳେ ଠିଆ ହୋଇଥିବା ଲୋକେ ମଧ୍ୟ ଆହତ ହୋଇଛନ୍ତି ।
ପ୍ରତିବର୍ଷ ଭିମବୀର ମେଳା ଝଣ୍ଡା ଯାତ୍ରା ଆୟୋଜିତ ହୋଇଥାଏ । ଏହି ଯାତ୍ରାରେ ଅନେକ ଅର୍କେଷ୍ଟ୍ରା ଗ୍ରୁପ୍ ସାମିଲ ହୋଇଥାନ୍ତି । ଏହି ଯାତ୍ରା ଦେଖିବା ଲାଗି ଏଠାରେ ଅନେକ ଦେଖଣାହାରୀ ଭିଡ଼ ଜମାନ୍ତି।
ଏହାପୂର୍ବରୁ ଗତ ମାସରେ ପାଟନାରେ ଏକ ଘରର କାନ୍ଥ ଭୁଶୁଡ଼ିବା ଫଳରେ ୪୦ଜଣ ଆହତ ହୋଇଥିଲେ। ପାଟନା ଉପକଣ୍ଠରେ ଥିବା ଶ୍ରୀପାଲପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଧାର୍ମିକ କାର୍ଯ୍ୟ ଚାଲିଥିଲା ବେଳେ ଏହି ଅଘଟଣ ଘଟିଥିଲା। ଏଥିରେ ଅଧିକାଂଶ ମହିଳା ଆହତ ହୋଇଥିଲେ।