Advertisment

ଏକାଠି ଘରକୁ ଫେରୁଥିଲେ ୩ ସାଙ୍ଗ, ଏକାସଙ୍ଗେ ଚାଲିଗଲେ

ଏମିତି ବି ଆସେ ମୃତ୍ୟୁ !

ଅଦ୍ୟତନ ହୋଇଛି
Three youths die after a speeding truck hit

Three youths die after a speeding truck hit

Advertisment

ଭବାନୀପାଟଣା ନିକଟରେ ଟ୍ୟାଙ୍କର ଚାପାରେ ୩ ବାଇକ୍ ଆରୋହୀ ମୃତ। NH-୨୬ର ପାଷ୍ଟିକୁଡ଼ି ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ଥାନୀୟ ରକାବାହାଲି ଗାଁର ୩ ଜଣଙ୍କ ମୃତ୍ୟୁ ହୋଇଛି। ଉତକେଲାରୁ କ୍ରିକେଟ ମ୍ୟାଚ ଖେଳି ଫେରୁଥିଲେ ୩ ସାଙ୍ଗ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ହେବାସହ ରାସ୍ତାରୋକ କରାଯାଇଛି।

Advertisment

ଗ୍ୟାସ ଟ୍ୟାଙ୍କର ବାଇକକୁ ଚାପି ଦେବା ଫଳରେ ଘଟଣାସ୍ଥଳରେ ହିଁ ତିନି ଯୁବକଙ୍କ ଜୀବନ ଯାଇଛି। ମୃତ ତିନି ଯୁବକମାନେ ରକାଵାହଳି ଗାଁର ଅକ୍ଷୟ ଗୌଡ଼, ଟୁଟୁ ଗୌଡ଼ ଓ ରଘୁ ଗୌଡ଼ ବୋଲି ଜଣାପଡିଛି । ଉକ୍ତ ତିନି ଯୁବକ ଉତକେଲା କ୍ରିକେଟ ଖେଳି ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି। ସଦର ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। 

ତେବେ ଏହା ନୂଆ ନୁହେଁ, ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟିବାର ସାମନାକୁ ଆସିଛି। କିଛି ଦିନ ତଳେ ଏହି ରାସ୍ତାରେ ଗୋଟିଏ ବସ୍‌-ଟ୍ରକ୍ ମୁହାମୁହଁ ଧକ୍କା ଦେବା ଫଳରେ ୨ ଜଣଙ୍କ ଜୀବନ ଯାଇଥିଲା। ତଥାପି ଏଠାରେ କୌଣସି ସୂଚନା ଫଳକ ବି ଲାଗିନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment
Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ