Advertisment

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୩ଜଣଙ୍କ ଜୀବନ

ବାଇକର ବେଗ ଏତେ ଅଧିକ ଥିଲା ଯେ, ଉଭୟ ଚାଳକ ୨୦ଫୁଟ ଦୂରକୁ ଛିଟିକି ପଡିଥିଲେ। ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଅଦ୍ୟତନ ହୋଇଛି
Three Killed In Scooty and Bike Accident in Odisha Baripada

Accident

Advertisment

ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ବାରିପଦାର ଉଦଳା ରାସ୍ତା ବାଲିଜୁଡା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Advertisment

ଏକ ବାଇକରେ ଦୁଇଜଣ ଯୁବକ ଯାଉଥିବା ବେଳେ ବିପରୀତ ଦିଗରୁ ଆଉ ଜଣେ ଯୁବକ ସ୍କୁଟିରେ ଆସୁଥିଲେ। ବାଇକ ଚାଳକ ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବାଇକର ବେଗ ଏତେ ଅଧିକ ଥିଲା ଯେ ଉଭୟ ଚାଳକ ୨୦ଫୁଟ ଦୂରକୁ ଛିଟିକି ପଡିଥିଲେ। ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଅଧିକ ପଢ଼ନ୍ତୁ: ଘାଟିରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍‌, ୧୪ ମୃତ, ୨୦ରୁ ଅଧିକ ଆହତ

ମୃତକଙ୍କ ମଧ୍ୟରୁ ଦୁଇ ଜଣ ଗୁଡ଼ିଆଲବନ୍ଧର ହୋଇଥିବା ବେଳେ ଅନ୍ୟଜଣେ ଦଲକିଶୋଲ ଅଂଚଳର ବୋଲି ଜଣାପଡିଛି। ଦୁଇ ଗାଡ଼ି ମଧ୍ୟରେ ଏତେ ଜୋରରେ ଧକ୍କା ହୋଇଛି ଯେ ଗାଡ଼ି ଦୁଇଟି ଭାଙ୍ଗି ଚୁରମାର ହୋଇଯାଇଛି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି।

Advertisment
Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ