Advertisment

ଭୟଙ୍କର ଦୁର୍ଘଟଣା: ଗାଡ଼ି ସହ ଜୀଅନ୍ତା ଜଳିଗଲେ ୩ ଜଣ

୨ଟି ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ୨ଟି ଯାକ ଟ୍ରେଲର ଜଳି ଯାଇଥିଲା। ଏହି ସମୟରେ ପଛପଟୁ ଆଉ ଏକ ୧୬ ଚକିଆ ଟ୍ରକ୍‌ ଧକ୍କା ଦେବା ସହ ଜଳି ଯାଇଥିଲା।

ଅଦ୍ୟତନ ହୋଇଛି
Jharsuguda Road Accident

Three drivers burnt alive after trucks caught fire following accident in Jharsuguda

Advertisment

ଗାଡ଼ି ସହ ଜୀଅନ୍ତା ଜଳିଗଲେ ୩ ଜଣ। ଝାରସୁଗୁଡ଼ା ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ୨ଟି ଯାକ ଟ୍ରେଲର ଜଳି ଯାଇଥିଲା। ଏହି ସମୟରେ ପଛପଟୁ ଆଉ ଏକ ୧୬ ଚକିଆ ଟ୍ରକ୍‌ ଧକ୍କା ଦେବା ସହ ଜଳି ଯାଇଥିଲା। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ବେଳକୁ ଏହି ଦୁର୍ଘଟଣା ଘଟିଛି। ଫଳରେ ୩ଟି ଗାଡ଼ିର ଡ୍ରାଇଭର ଗାଡ଼ି ଭିତରେ ହିଁ ଫସି ରହିବା ସହ ଜୀବନ୍ତ ଜଳି ଯାଇଥିଲେ।

Advertisment

ସୂଚନା ଅନୁସାରେ, ଝାରସୁଗୁଡ଼ା ସଦର ଥାନା ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥରେ ୨ଟି ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ୨ଟି ଯାକ ଟ୍ରେଲର ହିଁ ଜଳି ଯାଇଥିଲା।  ଏହି ସମୟରେ ପଛପଟୁ ଆଉ ଏକ ୧୬ ଚକିଆ ଟ୍ରକ୍‌ ଆସି ଟ୍ରେଲରକୁ ଧକ୍କା ଦେବା ସହ ଜଳି ଯାଇଥିଲା। ଫଳରେ ୩ଟି ଗାଡ଼ିର ଡ୍ରାଇଭର ହିଁ ଗାଡ଼ି ଭିତରେ ଫସି ଯାଇଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବଳକୁ ୩ ଜଣ ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ। ଦୁର୍ଘଟଣା ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା।

ଅଧିକ ପଢ଼ନ୍ତୁ: କାର୍ ଭିତରେ ଜୀଅନ୍ତା ଜଳୁଥିଲେ ସ୍ତ୍ରୀ, ବାହାରେ ଛିଡ଼ା ହୋଇଥିଲେ ସ୍ୱାମୀ...!

Advertisment

ଅନ୍ୟପକ୍ଷେ, ଜିରୋ ଫାଟାଲିଟି ୱିକ୍‌ରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟି ଚାଲିଛି। ଗତକାଲି ବିଳିମ୍ବିତ ରାତିରେ କଟକ ଚହଟା ବିଡାନାସୀ ମଶାଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। କାର୍‌ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ଏହି ଦୁର୍ଘଟଣା ଘଟିଛି। ମୃତାହତଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ବିଡାନାସୀ ପୋଲିସ୍‌ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଛି। 

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ