Advertisment

ମଝି ଆକାଶରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ; ଯାତ୍ରୀ ଛାନିଆ...ଦେଖନ୍ତୁ ଭିଡିଓ

ଏହା ଦେଖି ଯାତ୍ରୀ ଭୟଭୀତ ହୋଇପଡିଥିଲେ। ତେବେ ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୋର୍ ପ୍ରାୟ ୩ଟାରେ ବିମାନଟି ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା।

ଅଦ୍ୟତନ ହୋଇଛି
Flight engine caught fire while driving

engine failure

Advertisment

ମଝି ଆକାଶରେ ବିମାନରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ। ମାଲେସିଆ ଉଡାଣ ଭରିଥିବା ଏକ ବିମାନ ହାଇଦ୍ରାବାଦରେ ଜରୁରୀ ଅବତରଣ କରିଛି। ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି।

Advertisment

ହାଇଦ୍ରାବାଦ ଏୟାରପୋର୍ଟ ଅଧିକାରୀଙ୍କ ସୂଚନା ଅନୁସାରେ, MH199 ବିମାନଟି ବିଳମ୍ୱିତ ରାତି ୧୨ଟା ୪୫ରେ ମାଲେସିଆ ଅଭିମୁଖେ ଉଡାଣ ଭରିଥିଲା। ଏଥିଲେ ୧୩୮ଜଣ ଯାତ୍ରୀ ଥିଲେ। ହେଲେ ହଠାତ୍ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଇଞ୍ଜିନରୁ ନିଆଁ ବାହାରୁଥିବା କ୍ରିୟୁ ମେମ୍ୱର ଦେଖିବାକୁ ପାଇଥିଲେ। ଏନେଇ ATCକୁ ଜଣାଇଥିଲେ। ଏହାପରେ ପାଇଲଟ୍ ବିମାନର ଜରୁରୀ ଅବତରଣ କରାଇଥିଲେ।

ପଢନ୍ତୁ ଏହି ଖବର: କାରକୁ ଧକ୍କା ଦେଇ ବ୍ରିଜରୁ ତଳକୁ ଖସିଲା ଟ୍ରକ୍, ଜଣେ ମହିଳା ମୃତ

Advertisment

ଏହା ଦେଖି ଯାତ୍ରୀ ଭୟଭୀତ ହୋଇପଡିଥିଲେ। ତେବେ ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୋର୍ ପ୍ରାୟ ୩ଟାରେ ବିମାନଟି ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା। ଯାତ୍ରୀମାନେ ଏବେବି ବିମାନରେ ଫସିରହିଥିବା ସୂଚନା ମିଳିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

Fire Mishap Fire Incidents Fire Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ