Accident
ପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍। ଘଟଣାସ୍ଥଳରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଳା ଦିଗପହଣ୍ଡି କଇଠଖଣ୍ଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ମଧୁବନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁରେଶୁ ପାତ୍ର।
ଅଧିକ ପଢ଼ନ୍ତୁ: ରାଜଧାନୀ ମୋ ବସ୍ ଆତଙ୍କ, ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼
ପ୍ରଧାନ ଶିକ୍ଷକ ଆଜି ସକାଳେ ଏକ ବାଇକ୍ ଯୋଗେ ସ୍କୁଲ ଯାଉଥିଲେ। ଦିଗପହଣ୍ଡି ଘୋଡ଼ାହାଡ଼ ମୁଖ୍ୟ ରାସ୍ତା କଇଠଖଣ୍ଡି ଛକ ନିକଟରେ ନୀଳକଣ୍ଠ ନାମକ ଏକ ଘରୋଇ ବସ୍ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଧାନଶିକ୍ଷକ ବାଇକରୁ ଛିଟିକି ତଳେ ପଡ଼ି ଯାଇଥିଲେ।
ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରଧାନଶିକ୍ଷକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।ପୁଲିସ ବସ୍କୁ ଜବତ ଘରି ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Accident_1742359908.jpg)