Stampede
ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା। ଭୀଷଣ ଦଳାଚକଟାରେ ଆହତ ହେଲେ ୯ ଯାତ୍ରୀ, ୨ ଜଣ ଗୁରୁତର। ଉତ୍ତରପ୍ରଦେଶ ଗୋରଖପୁର ଅଭିମୁଖେ ଯାଉଥିବା ବାନ୍ଦ୍ରା ଗୋରଖପୁର ଏକ୍ସପ୍ରେସରେ ଚଢ଼ିବା ବେଳେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା । ଆଜି ଭୋର୍ ପ୍ରାୟ ୬ ଟାବେଳେ ଏହି ଅଘଟଣ ଘଟିଛି।
ବାନ୍ଦ୍ରା ଷ୍ଟେସନ ୧ ନମ୍ବର ପ୍ଲାଟଫର୍ମରେ ଯାତ୍ରୀଙ୍କ ଠେଲାପେଲା ଓ ଦଳାଚକଟା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଆହତ ଯାତ୍ରୀଙ୍କୁ RPF ଯବାନ ମାନେ କାନ୍ଧରେ ଓ ଷ୍ଟ୍ରେଚରରେ ସୁରକ୍ଷିତ ସ୍ଥାନକୁ ବୋହିନେଇଥିଲେ । ପରେ ସେମାନଙ୍କୁ ଭାବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନେ ଶବବୀର ଅବଦୁଲ ରେହମାନ, ପରମେଶ୍ୱର ସୁଖଦାର ଗୁପ୍ତା, ରବିନ୍ଦ୍ର ହରିହର ଚୁମା, ରବିନ୍ଦ୍ର ପ୍ରସାଦ ପ୍ରଜାପତି, ସଞ୍ଜୟ ତିଲକ୍ରମ କାଙ୍ଗେ, ଦିବ୍ୟଶୂ ଯାଦବ , ମହମ୍ମଦ ସରିଫ ଶେଖ ।
ଇନ୍ଦରଜିତ୍ ସାହନି ଏବଂ ନୁର ମହମ୍ମଦ ଶେଖଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୀପାବଳି ଭିଡ଼ ଯୋଗୁଁ ଏଭଳି ଦଳାଚକଟା ସ୍ଥିତି ଉପୁଜିଥିବା କହିଛି ବ୍ରିହନମୁମ୍ବାଇ ମହାନଗର ନିଗମ। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Stampede__1730014456.jpg)