Advertisment

ବିବାହ ଶୋଭାଯାତ୍ରାରେ ବ୍ୟବହାର ଗାଡ଼ି ପାଇଁ ଆସିବ ନୂଆ ନିୟମ

ସେପ୍ଟେମ୍ବରରୁ ଅଟୋ, ବାଇକ ଛଡ଼ା ସବୁ ଗାଡିରେ ଲାଗିବ VLTD ବା ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ।

ଅଦ୍ୟତନ ହୋଇଛି
VLTD Odisha

sop to be issued for vehicles

Advertisment

ଦିଗପହଣ୍ଡି ଦୁର୍ଘଟଣା ପରେ ଚେତିଲା ପ୍ରଶାସନ। ଏଣିକି ବିବାହ ତଥା ଅନ୍ୟ ସ୍ୱତନ୍ତ୍ର ଉତ୍ସବରେ ବ୍ୟବହାର ହେବାକୁ ଥିବା ଗାଡି ପାଇଁ RTOଙ୍କ ଠାରୁ ନେବାକୁ ପଡିବ ସ୍ୱତନ୍ତ୍ର ଅନୁମତି। ନହେଲେ ବିବାହ ଶୋଭାଯାତ୍ରା ଲାଗି ମିଳିବନି ପୋଲିସ ଅନୁମତି। ଏଭଳି SOP ଉପରେ କାମ କରୁଛି ରାଜ୍ୟ ପରିବହନ କତ୍ତୃପକ୍ଷ। 

Advertisment

ଦୁର୍ଘଟଣା ରୋକିବା ତଥା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ SOP। ଖୁବ୍ ଶିଘ୍ର ଏହା ଜାରି ହେବ ବୋଲି କହିଛନ୍ତି ଅତିରିକ୍ତ ପରିବହନ କମିଶନର।

ସେହିପରି ସେପ୍ଟେମ୍ବରରୁ ଅଟୋ, ବାଇକ ଛଡ଼ା ସବୁ ଗାଡିରେ ଲାଗିବ VLTD ବା ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ। ପାସେଞ୍ଜରଙ୍କ ପାଇଁ ଗାଡ଼ିରେ ପାନିକ ବଟନର ମଧ୍ୟ ବ୍ୟବସ୍ଥା ରହିବ। ଜାତୀୟ ପରିମିଟ୍ ଥିବା ମାଲବାହୀ ଗାଡ଼ିରେ ବି ଲାଗିବ VLTD । ଦିଗପହଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ଚେତିଛି ପରିବହନ ବିଭାଗ।

Advertisment

ଏବେ ରାଜ୍ୟରେ ପାଖାପାଖି ୧୬ ହଜାର ବସ୍ ଚଳାଚଳ କରୁଛି । ସେଥିମଧ୍ୟରୁ ୨ ହଜାର ସରକାରୀ ବସ୍ ହୋଇଥିବା ବେଳେ ପ୍ରାୟ ୧୪ ହଜାର ଘରୋଇ ବସ୍। ଏହି ୧୪ ହଜାର ଘରୋଇ ବସ୍ ମଧ୍ୟରୁ ୨୫ ଭାଗ ବା ପ୍ରାୟ ୩ ହଜାର ୫ଶହ ବସ୍ ୧୫ ବର୍ଷରୁ ଅଧିକ ପୁରୁଣା। ଗାଡ଼ିଗୁଡ଼ିକ ୨୦ ବର୍ଷ ପୁରୁଣା ହେଲେ, RTOମାନେ ଗାଡ଼ିର ପରୀକ୍ଷା ପରେ ଫିଟନେସ୍ ସାର୍ଟିଫିକେଟ୍ ଦେଇଥାନ୍ତି ଓ ୪୦ କିଲୋମିଟର ଦୂରତା ଭିତରେ ଚଳାଚଳ ପାଇଁ ଅନୁମତି ମିଳିଥାଏ।

Marriage Processions VLTD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ