Train Accident
ପୁଣି ଟ୍ରେନ୍ ଲାଇନଚ୍ୟୁତ। ଟ୍ରାକରୁ ଖସିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍। ଚକ୍ରଧରପୁର ଡିଭିଜନର ରାଜଖରସୁଆଁ-ଓବାରବାମ୍ବୋ ମଝିରେ ଭୋର୍ ୩ଟା ୩୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ।
ବର୍ତ୍ତମାନ ସୁଦ୍ଧା ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେଲୱେ ମେଡିକାଲ ଟିମ୍ ସେମାନଙ୍କୁ ଚିକିତ୍ସା କରିଥିଲେ। ଅନ୍ୟ ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ କାହାର ମୃତ୍ୟୁ ହୋଇ ନଥିବା ଚକ୍ରଧରପୁର ଡିଭିଜନ୍ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ : କେରଳରେ ବଡ଼ ଧରଣର ଭୂସ୍ଖଳନ; ୪୩ ମୃତ, ଫସିଛନ୍ତି ଶତାଧିକ...
ଯାତ୍ରୀଙ୍କ ପାଇଁ ଚକ୍ରଧରପୁର ଷ୍ଟେସନରୁ ଅତିରିକ୍ତ ଟ୍ରେନ୍ ବ୍ୟବସ୍ଥା କରାଯାଉଛି। ହାୱଡା-ମୁମ୍ବାଇ ଏକ୍ସପ୍ରେସର ପାଖାପାଖି ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନ୍ ADRM ଓ ବରିଷ୍ଠ ରେଳୱେ ଅଧିକାରୀ ପହଞ୍ଚିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ।
ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ରେଲୱେ ପକ୍ଷରୁ ଜାରି ହୋଇଛି ହେଲପଲାଇନ୍ ନମ୍ବର। ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି।
-ରାଉରକେଲା-0661-2501072/2500244/2500191/2500171
-ଝାରସୁଗୁଡ଼ା ପାଇଁ ହେଲ୍ପ ଲାଇନ୍ ନମ୍ବର-06645-272530
-ଚକ୍ରଧରପୁର ପାଇଁ ହେଲ୍ପଲାଇନ୍ ନଂ- 72770, 06587-238072
-ଟାଟାନଗର ପାଇଁ ହେଲ୍ପଲାଇନ୍ ନଂ- 0657-2290324, RLY-73523
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722304946.jpg)