Advertisment

ବଡ଼ଦାଣ୍ଡରେ ସିରିଜ ଦୁର୍ଘଟଣା ! ୪ ଜଣଙ୍କୁ ଗାଡ଼ି ମଡ଼ାଇ ଖସି ଯାଉଥିଲା ଡ୍ରାଇଭର

ଡ୍ରାଇଭର ଓ କାରରେ ବସିଥିବା ଅନ୍ୟ ଜଣେ ଥାନାରେ ଅଟକ । ଗତକାଲି ରାତି ୧୧ଟା ପରେ ପୁରୀ ବଡ଼ଦାଣ୍ଡରେ ଦୁର୍ଘଟଣା ।

Car Accident

Car Accident

Advertisment

ପୁରୀ ବଡ଼ଦାଣ୍ଡରେ ସିରିଜ ଦୁର୍ଘଟଣା। ନିଶାରେ ଚୁର୍ କାର୍ ଡ୍ରାଇଭରର ଉନ୍ମତ୍ତକାଣ୍ଡ। ଯିଏ ସାମନାରେ ପଡିଲା ଧକ୍କା ଦେଲା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ୧୧ଟା ପରେ ଏହି ଦୁର୍ଘଟଣା ହୋଇଥିଲା। ଏହି ଘଟଣାରେ ଡ୍ରାଇଭର ପ୍ରଶାନ୍ତ ମଲ୍ଲିକ ଓ କାରରେ ବସିଥିବା ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି କୁମ୍ଭାରପଡ଼ା ଥାନା ପୋଲିସ।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମାର୍କେଟ ଛକ ପଟୁରୁ ଦ୍ରୁତଗତିରେ କାରଟି ମାଡ଼ି ଆସିଥିଲା। ପରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା କାର୍। ପରେ ମାଉସୀ ମା' ମନ୍ଦିର ସମ୍ମୁଖରେ ସାଇକେଲରେ ଯାଉଥିବା ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ବଳଗଣ୍ଡି ଛକରେ ଗୋଟିଏ ସ୍କୁଟି ଓ ଡାକ୍ତରଖାନା ଛକରେ ଜଣଙ୍କୁ ଧକ୍କା ଦେଇଥିଲା। କୁମ୍ଭାରପଡା ଥାନା ଆଗରେ ଗାଡି ରଖି ଦୌଡ଼ି ପଳାଇବା ବେଳେ ଡ୍ରାଇଭର ଓ କାରରେ ବସିଥିବା ଯୁବକଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକ। 

Accident Badadanda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ