Advertisment

ରାଜଧାନୀରେ ସିରିଜ ଦୁର୍ଘଟଣା, ଫିଲ୍ମ ଷ୍ଟାଇଲରେ ଉଡ଼ିଲା ଗାଡ଼ି

ରାଜଧାନୀ ଭୁବନେଶ୍ବରର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା। ଡିଭାଇଡରକୁ ଧକ୍କା ଦେଇ ରାସ୍ତା ଆରପାଖକୁ ଓଲଟି ପଡିଲା କାର୍। ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡି ଆଉ ଏକ ଗାଡିକୁ ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
Series Accident in Bhubaneswar

Accident

Advertisment

ରାଜଧାନୀ ଭୁବନେଶ୍ବରର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା। ଡିଭାଇଡରକୁ ଧକ୍କା ଦେଇ ରାସ୍ତା ଆରପାଖକୁ ଓଲଟି ପଡିଲା କାର୍। ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡି ଆଉ ଏକ ଗାଡିକୁ ଧକ୍କା ଦେଇଥିଲା। ଏହିପରି ଭାବେ ତିନି ତିନିଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତି ପ୍ରାୟ ୧୧ଟାରେ ଏହି ଦୁର୍ଘଟଣା ଘଟିଛି।

Advertisment

ଅଧିକ ପଢ଼ନ୍ତୁ: ଏମିତି ବି ଆସେ ବିପଦ ! ଘର ଭାଙ୍ଗି ପଶିଗଲା କାର

ବିଳମ୍ୱିତ ରାତିରେ ଜାଭିଅର୍ ଛକ ନିକଟରେ ଦୁର୍ଘଟଣା ଘଟିଛି। ପ୍ରଥମେ ଗୋଟିଏ କାର୍ ଦ୍ରୁତ ବେଗରେ ଆସି ଡିଭାଇଡରକୁ ଧକ୍କା ଦେଇ ରାସ୍ତା ଆରପଟକୁ ଓଲଟି ପଡିଥିଲା। ଏହାପରେ ରାସ୍ତାରେ ଥିବା ଆଉ ଏକ କାର୍‌ ସହ ମାଡ ହୋଇଥିଲା। ସେହି କାର୍‌ଟି ଭାରସାମ୍ୟ ହରାଇ ଆଉ ଏକ ଗାଡ଼ି ସହ ପିଟି ହୋଇଥିଲା। ମାତ୍ର କେଇ ସେକେଣ୍ଡରେ ତିନୋଟି ଗାଡ଼ି ଧକ୍କା ହୋଇଥିଲା। ଏଥିରେ ୩ଜଣ ଆହତ ହୋଇଥିବା ଜଣାପଡିଛି।

ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକଙ୍କ ଅବସ୍ଥା ଗୁରୁତର ଥରହିଛି। କାର୍ ଡ୍ରାଇଭକଙ୍କ ନାଁ ରାଜେନ୍ଦ୍ର ସେଠୀ ଏବଂ ସେ ସାଲେପୁର ଅଂଚଳର ବୋଲି ପୋଲିସ ସୂଚନା ଦେଇଛି। ଦୁର୍ଘଟଣା ବେଳେ ତାଙ୍କ ସହ ଜଣେ ଯୁବତୀ ମଧ୍ୟ ଗାଡିରେ ଥିଲେ। ମୈତ୍ରୀ ବିହାର ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ଜବତ କରି ତଦନ୍ତ ଚଳାଇଛି।

Advertisment

ଅଧିକ ପଢ଼ନ୍ତୁ: ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା! ୨୦ ଫୁଟ ତଳକୁ ଖସିଲା ବସ୍, ୪ ମୃତ

Road Mishap Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ