Advertisment

School van hit by train: ଟ୍ରେନ୍‌ ସହ ସ୍କୁଲ ଭ୍ୟାନ ଧକ୍କା, ୨ମୃତ

ଟ୍ରେନ୍‌ ସହ ଧକ୍କା ପରେ ୫୦ ମିଟର୍ ଘୋଷାଡି ହୋଇଗଲା ସ୍କୁଲ ଭ୍ୟାନ । ୨ ମୃତ, ୧୦ରୁ ଅଧିକ ଗୁରୁତର । ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା । ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ ଅଢେଇ ଲକ୍ଷର ସହାୟତା ରାଶି ଘୋଷଣା ।

ଅଦ୍ୟତନ ହୋଇଛି
Train-van accident

Train-van accident

Advertisment

ପାସେଞ୍ଜର ଟ୍ରେନ୍‌କୁ ଧକ୍କା ଦେଲା ସ୍କୁଲ ଭ୍ୟାନ । ଭ୍ୟାନରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଛାତ୍ର ଗୁରୁତର ଥିବା ଜଣାପଡ଼ିଛି । ପାଖାପାଖି ୧୦ ଜଣ ଗୁରୁତର ଅଛନ୍ତି । ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ତାମିଲନାଡୁର ସେମାନକୁପ୍ପମରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଭିଲ୍ଲୁପୁରମ୍ ଓ ମାୟିଲାଦୁଥୁରାଇରେ ଏକ ପାସେଞ୍ଜର ଟ୍ରେନ୍ ସହ ସ୍କୁଲ୍ ଭ୍ୟାନ ଧକ୍କା ହୋଇଛି।

Advertisment

 ଆଜି ସକାଳ ପ୍ରାୟ ୭ଟା ୪୫ ସମୟରେ ଘଟିଛି ଦୁର୍ଘଟଣା । ରେଳଲାଇନ କ୍ରସ୍ କରିବାବେଳେ ମାଡ଼ି ଆସିଥିଲା ଟ୍ରେନ୍‌ । ଫଳରେ ପାଖାପାଖି ୫୦ ମିଟର୍ ପର୍ଯ୍ୟନ୍ତ ଭ୍ୟାନ୍‌ଟି ଘୋଷାଡ଼ି ହୋଇଯାଇଥିଲା । ଭ୍ୟାନରେ ଥିଲେ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ଅଛନ୍ତି । ସେମାନଙ୍କୁ  ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରେନ ସହ ଧକ୍କା ହୋଇଥିବାରୁ ଭ୍ୟାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । 

ସେପଟେ ସ୍ଥାନୀୟ ଲୋକଙ୍କ କହିବା କଥା, ଭ୍ୟାନ୍‌ ଡ୍ରାଇଭରଙ୍କ ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଛି । ରେଲୱେ ପୋଲିସ (RPF) ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ମାମଲାର ଛାନଭିନ କରୁଛନ୍ତି । ସେପଟେ ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ ଅଢେଇ ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ସରକାର ।

Advertisment

ଅଧିକ ପଢନ୍ତୁ: ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ଏକାଧିକ ଆହତ, ଧୂଆଁମୟ ଆକାଶ

Train Accident Tamilnadu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ