Advertisment

ଗୁଜବ ଶୁଣି ଚଳନ୍ତା ଟ୍ରେନରୁ ଡେଇଁଲେ; ଧକ୍କା ଦେଲା ମାଲବାହୀ ଟ୍ରେନ, ପ୍ରାଣ ହରାଇଲେ ୩ଯାତ୍ରୀ

ସାସାରାମ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସରେ ଅନେକ ଯାତ୍ରୀ ଥିଲେ। ରାତି ପ୍ରାୟ ୮ଟାରେ ଇଣ୍ଟରସିଟି ଏକ୍ସପ୍ରେସ କୁମଣ୍ଡିହା ଷ୍ଟେସନରେ ପହଞ୍ଚିବାର ଥିଲା। ମାତ୍ର ଏହାର କିଛି ସମୟ ପୂର୍ବରୁ ଟ୍ରେନରେ ନିଆଁ ଲାଗିଥିବା କିଛି ଲୋକ ଚିତ୍କାର କରିଉଠିଲେ।

ଅଦ୍ୟତନ ହୋଇଛି
Rumours Of Fire Spark Panic On Train

Rumours Of Fire Spark Panic On Train

Advertisment

ଟ୍ରେନରେ ଅଧିକାଂଶ ଲୋକ ଯାତ୍ରା କରିଥାଆନ୍ତି। ଏଥିରେ ଦୁର୍ଘଟଣା ଆଶଙ୍କା କମ୍‌ ବୋଲି କିଛି ଲୋକ ଭାବନ୍ତି। ମାତ୍ର ଅନେକ ସମୟରେ ଟ୍ରେନ ଛୋଟ ଛୋଟ କାରଣ ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଥାଏ। କେତେବେଳେ ଲାଇନଚ୍ୟୁତ ହୁଏ ତ ଆଉ କେତେବେଳେ କୋଚ୍‌ରେ ଅଗ୍ନିକାଣ୍ଡ ଖବର ସାମନାକୁ ଆସେ। ତେବେ ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରେନରେ ନିଆଁ ଲାଗିଥିବା ଗୁଜବ ଶୁଣି ଚଳନ୍ତା ଟ୍ରେନରୁ ଡେଇଁ ୩ଜଣ ଯାତ୍ରୀ ସେମାନଙ୍କର ଜୀବନ ହରାଇଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ସାସାରାମ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସରେ ଅନେକ ଯାତ୍ରୀ ଯାତ୍ରା କରୁଥିଲେ। ରାତି ପ୍ରାୟ ୮ଟାରେ ଇଣ୍ଟରସିଟି ଏକ୍ସପ୍ରେସ କୁମଣ୍ଡିହା ଷ୍ଟେସନରେ ପହଞ୍ଚିବାର ଥିଲା। ମାତ୍ର ଏହାର କିଛି ସମୟ ପୂର୍ବରୁ ଟ୍ରେନରେ ନିଆଁ ଲାଗିଥିବା କିଛି ଲୋକ ଚିତ୍କାର କରିଉଠିଲେ। ଏହାଶୁଣି ଲୋକେ ଭୟଭୀତ ହୋଇପଡିଥିଲେ। ଟ୍ରେନଟି ସିଆଇସି ସେକ୍ସନ ରେଲୱେ ଷ୍ଟେସନ କୁମଣ୍ଡିହା-ହେହେଗଡା ମଧ୍ୟରେ ହଠାତ୍ କିଛି ଯାତ୍ରୀ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ। ଅନ୍ୟ ଏକ ଟ୍ରାକ୍‌ରେ ଆସୁଥିବା ମାଲବାହୀ ଟ୍ରେନ୍ ୩ଜଣ ଯାତ୍ରୀଙ୍କ ଉପରେ ମାଡିଯାଇଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

ଏନେଇ ମନିକା ପୋଲିସ ଷ୍ଟେସନ ଇନଚାର୍ଜ ଜୟପ୍ରକାଶ ଶର୍ମା କହିଛନ୍ତି, ଏହି ଘଟଣା ବିଷୟରେ ଖବର ପାଇବା ମାତ୍ରେ ତୁରନ୍ତ ସେଠାରେ ପହଞ୍ଚିଥିଲୁ। ଟ୍ରେନରେ ନିଆଁ ଲାଗିନଥିଲା। ଏହା ଏକ ଗୁଜବ ଥିଲା। ଟ୍ରେନରୁ ଡେଇଁ ପଡିଥିବା ଯାତ୍ରୀଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ଜଣେ ମହିଳା ଥିଲେ। ଅନ୍ୟ କିଛି ଯାତ୍ରୀଙ୍କ ସହ ମା’-ଝିଅ ଏଥିରେ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ। ମୃତକଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

Advertisment
Fire Breaks Out Train Rumour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ