ନୂ‍ଆପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଏହି ଦୁର୍ଘଟଣାର ସୂଚନା ପାଇ ଦମକଳ ବାହିନୀ, ଆମ୍ବୁଲାନ୍ସ ଓ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଧାର ବେଳକୁ ହିଁ ୨ ଜଣଙ୍କ ମୢତ୍ୟୁ ହୋଇଥିଲା।

Accident

ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ନୂଆପଡା କୋମନା ଥାନା ଲର୍କି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକରେ ୩ ଜଣ ଯୁବକ ଦ୍ରୁତ ଗତିରେ ଆସି ଲର୍କି ଗାଁ ପାଖ ରାସ୍ତା କଡ଼ରେ ଥିବା ପମ୍ପ ହାଉସରେ ପିଟି ହୋଇଥିଲେ ।

ଏହି ଦୁର୍ଘଟଣାର ସୂଚନା ପାଇ ଦମକଳ ବାହିନୀ, ଆମ୍ବୁଲାନ୍ସ ଓ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଧାର ବେଳକୁ ହିଁ ୨ ଜଣଙ୍କ ମୢତ୍ୟୁ ହୋଇଥିଲା। ଅନ୍ୟଜଣେ ଗୁରୁତରକୁ କୋମନାରୁ ନୂଆପଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ଗୁରୁତରଙ୍କ ପରିଚୟ ଏବେ ବି ମିଳିପାରିନାହିଁ।