Advertisment

Accident: ରାଜଧାନୀରେ ଦୁର୍ଘଟଣା; ଦ୍ରୁତଗତିରେ ଆସି ଟ୍ରାଫିକ ଫୋଷ୍ଟକୁ ଉଡାଇଲା କାର୍

ବେପରୁଆ ଗାଡ଼ି ଚାଳନାରେ ଉଡ଼ିଲା ଟ୍ରାଫିକ ପୋଷ୍ଟ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଡମଣା ଛକରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ୨ ଗୁରୁତର ହୋଇଛନ୍ତି । ସେହିପରି ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଛଣପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି।

Accident

Accident

Advertisment

ବେପରୁଆ ଗାଡ଼ି ଚାଳନାରେ ଉଡ଼ିଲା ଟ୍ରାଫିକ ପୋଷ୍ଟ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଡମଣା ଛକରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ୨ ଗୁରୁତର ହୋଇଛନ୍ତି । କେଳୁଚରଣ ପାର୍କ ପଟୁ କାରଟି ଦ୍ରୁତ ଗତିରେ ଆସି ଡମଣା ଟ୍ରାଫିକ ପୋଷ୍ଟକୁ ଉଡାଇ ଦେଇଛି । ବିଳମ୍ବିତ ରାତିରେ ଘଟିଛି ଏ ଦୁର୍ଘଟଣା ।

Advertisment

ଭାରସାମ୍ୟ ହରାଇ ସିଧା ଟ୍ରାଫିକ ପୋଷ୍ଟର ଧକ୍କା କରିବା ସହ ଅପରପାର୍ଶ୍ବରେ ଥିବା ଡିଭାଇଡର ଉପରେ ଚଢ଼ି ଯାଇଥିଲା କାର । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଥିଲା । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଗାଡ଼ିରେ ଥିବା ଉଭୟ ଯୁବକ ଯୁବତୀ ମଦ୍ୟପାନ କରିଥିବା ଭଳି ଜଣା ପଡୁଥିଲା । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।

ସେହିପରି ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଛଣପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସ୍କୁଟି ଏବଂ ମାରୁତି ଡିଜାୟାର କାର ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ  ମୃତ୍ୟୁ ହୋଇଛି। ଏଥିରେ ଅନ୍ଯ ଦୁଇ ଜଣ ଗୁରୁତର ହୋଇଛନ୍ତି। କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି।

Advertisment

ସୂଚନା ଅନୁଯାୟୀ ଆଜି ଭୋର ସମୟରେ ପଶ୍ଚିମବଙ୍ଗ କସିଦା ଗାଁର ଅବନ୍ତି କର ସ୍କୁଟି ଯୋଗେ କମର୍ଦ୍ଦାରୁ ଘରକୁ ଫେରୁଥିଲେ। ଏହି ସମୟରେ ଛଣପୋଖରୀ ଛକ ନିକଟରେ ଚନ୍ଦନେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ ମାରୁତି ଡିଜାୟାର କାର ତାଙ୍କୁ ଆଗ ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅବନ୍ତୀଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଦୁଇ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି। ଖବର ପାଇ କମର୍ଦ୍ଦା ଥାନା ପୋଲିସ କାର ଏବଂ ସ୍କୁଟି କୁ ଜବତ କରି ଘଟଣାର ତଦନ୍ତ କରୁଛି।

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ