ଅଟୋକୁ ଧକ୍କା ଦେଲା ବସ୍‌, ୮ ଶିଶୁ ସମେତ ୧୨ ଜଣଙ୍କ ମୃତ୍ୟୁ

ଏକ ସ୍ଲିପର୍‌ କୋଚ୍ ବସ୍‌ ଦ୍ରୁତ ଗତିରେ ଆସି ଏକ ଅଟୋକୁ ଧକ୍କା ଦେଇଥିଲା । ଯାହାଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି ।

Accident

ରାଜସ୍ଥାନର ଧୋଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଟୋକୁ ଧକ୍କା ଦେଲା ସ୍ଲିପର କୋଚ୍‌ ବସ୍ । ୮ ଜଣ ଶିଶୁଙ୍କ ସହ ଚାଲିଗଲା ୧୨ ଜୀବନ । ସମସ୍ତଙ୍କ ମୃତଦେହକୁ ସ୍ଥାନୀୟ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଡ଼ି ସଦର ପୋଲିସ୍‌ ଷ୍ଟେସନ ଅଞ୍ଚଳର ଅଟେ । ତେବେ ଅଟୋରେ ଥିବା ଆରୋହୀ ବାଡ଼ି ସହରର ଗୁମାତ୍‌ ମୋହଲାଙ୍କର ବାସିନ୍ଦା ଥିଲେ । ବରୋଲି ଗାଁର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କରୌଲି-ଧୌଲପୁର NH-୧୧ ସ୍ଥିତ ସୁନିପୁର ଗାଁ ନିକଟରେ ଏହି ହୃଦୟ ବିଦାରକ ଦୃର୍ଘଟଣା ଘଟିଛି । ଏକ ସ୍ଲିପର୍‌ କୋଚ୍ ବସ୍‌ ଦ୍ରୁତ ଗତିରେ ଆସି ଏକ ଅଟୋକୁ ଧକ୍କା ଦେଇଥିଲା । ଯାହାଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି ।

ତେବେ ମୃତ୍ୟୁ ବରଣ କରିଥିବା ସମସ୍ତେ ଅଟୋରେ ବସିଥିଲେ । ଏମାନେ ବାଡ଼ି ସହରର ଗୁମଟ ଅଞ୍ଚଳର ବାସିନ୍ଦା । ବରୌଲି ଗାଁରେ ଭାତ କାର୍ଯ୍ୟକ୍ରମରେ ସାମିଲ ହୋଇ ଘରକୁ ଫେରୁଥିଲେ । ଏହି ସମୟରେ ଏକ ବସ୍‌ ଦ୍ରୁତ ଗତିରେ ଆସି ଅଟୋକୁ ପଛରୁ ଧକ୍କା ଦେଇଥିବା ସୂଚନା ମିଳିଛି । ସେହିପରି ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ବସ୍ ଯାତ୍ରୀ, ଡ୍ରାଇଭର ଏବଂ କଣ୍ଡକ୍ଟର ମଧ୍ୟ ଅଛନ୍ତି ।

ତେବେ ଏହି ଘଟଣାରେ ପୋଲିସ୍‌ କହିଛି କି, ସମସ୍ତ ମୃତଦେହକୁ ହସ୍ପିଟାଲର ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ । ଦୁର୍ଘଟଣାରେ ସମ୍ପୃକ୍ତ ଉଭୟ ଗାଡିକୁ ଜବତ କରି ପୋଲିସ୍ ତଦନ୍ତ ଜାରି ରଖିଛି ।