Advertisment

ସବୁ ପୋଡ଼ି ଛାରଖାର : ୩୬ ଘଣ୍ଟା ପରେ ଲିଭିଲା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ

ସୂଚନା ଦେଲେ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ରମେଶ ମାଝୀ

ଅଦ୍ୟତନ ହୋଇଛି
Puri Laxmi Market Complex Fire Mishap

Puri market complex fire

Advertisment

୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଲା ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁ (market complex fire) । ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ । ବୁଧବାର ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଥିଲା । ଅଗ୍ନିଶମ କର୍ମଚାରୀ, ଓଡ୍ରାଫ ଟିମ୍ ଦିନରାତି ଏକ୍‌ କରି ନିଆଁ ଲିଭା କାମରେ ଲାଗିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଅଗ୍ନିକାଣ୍ଡରେ ଛାରଖାର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି; କୁହୁଳା ନିଆଁରୁ ଫେରିଲା ସୁନା

ଆଜି ସକାଳୁ ମଧ୍ୟ ଅକ୍ସିଜେନ ମାସ୍କ ପିନ୍ଧି ଧୂଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଅନେକ ଚେଷ୍ଟା ପରେ ଆଜି ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଛି । ତେହେଲେ ଜଳି ପୋଡ଼ି ଛାରଖାର ହୋଇଯାଇଛି ୪୩ ଦୋକାନ ଘର ସାଙ୍ଗକୁ ଫ୍ୟାସନ ସେଣ୍ଟର ଓ ହୋଟେଲ । ତେବେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ଏଥିପାଇଁ ହୋଟେଲ, ଘର କିମ୍ବା ଦୋକାନ ଘର କଲେ ସେଥିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଭଲ ଭାବେ ରଖିବାକୁ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ପରାମର୍ଶ ଦେଇଛନ୍ତି ।

Advertisment

ସେ କହିଛନ୍ତି ଯେ, ଏଥିପାଇଁ ସବୁସ୍ତରରେ ନୋଟିସ୍ ଦିଆଯାଉଛି ଲୋକଙ୍କୁ ବିଭାଗ ପକ୍ଷରୁ ସଚେତନ ବି କରାଯାଉଛି । ଏଣୁ ଆଗକୁ ସମସ୍ତେ ଏ ଦିଗରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଗତକାଲି ଘଟଣାସ୍ଥଳରେ ସ୍ଥିତି ପରଖିଥିଲେ ଅଗ୍ନିଶମ ଡିଜି ଓ ଗୃହ ରାଷ୍ଟ୍ରମନ୍ତ୍ରୀ। 

Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ