Advertisment

ଘାଟିରେ ଓଲଟିଲା ବସ୍, ୨୦ ଯାତ୍ରୀ ଆହତ

ଆଜି ଭୋରରୁ ମାଲକାନଗିରିରୁ ପୁରୀ ଯାଉଥିବା ଜଗନ୍ନାଥ ବସ୍, ମହାକାଳ ନାମକ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଏବଂ ପିକଅପ୍ ମଧ୍ୟରେ ଦୁର୍ଘଟଣା ଘଟିଛି ।

ଅଦ୍ୟତନ ହୋଇଛି
Puri Jagannath Bus & Pickup-Van Collide Involving 3 Vehicles in Accident at Ramgarh Ghat, Gajapati

Accident

Advertisment

ଘାଟିରେ ଓଲଟିଲା ବସ୍, ୨୦ ଆହତ। ଗଜପତି ମୋହନା ଥାନା ରାମଗଡ଼ ଘାଟିରେ ଦୁର୍ଘଟଣା ଘଟିଛି। ଆଜି ଭୋରରୁ ମାଲକାନଗିରିରୁ ପୁରୀ ଯାଉଥିବା ଜଗନ୍ନାଥ ବସ୍, ମହାକାଳ ନାମକ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଏବଂ ପିକଅପ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ବ୍ରେକ୍ ଡାଉନ୍ ହେଇ ରାସ୍ତାକଡ଼ରେ ଥିବା ଜଗନ୍ନାଥ ବସକୁ ମହାକାଳ ବସ୍ ଧକ୍କା ଦେଇଥିଲା । ତା ସହ ପାଖରେ ଥିବା ଅନ୍ୟ ଏକ ପିକଅପ୍ ଭ୍ୟାନକୁ ବି ଧକ୍କା ଦେଇଥିଲା।

Advertisment

ଅଧିକ ପଢ଼ନ୍ତୁ: କାଳ ସାଜୁଛି ଅଙ୍କାବଙ୍କା ଘାଟି ରାସ୍ତା; ବାରମ୍ବାର ଓଲଟୁଛି ଗ୍ୟାସ୍ ଟ୍ୟାଙ୍କର

ମହାକାଳ ବସ୍ ଧକ୍କା ଦେଇ ଘାଟିରୁ ତଳକୁ ଖସି ଯାଇଛି। ବସ୍‌ଟି ସମ୍ପୂର୍ଣ୍ଣ ଓଲଟି ଯାଇଥିଲା। ଜଗନ୍ନାଥ ଓ ମହାକାଳ ବସ୍‌ର ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ଆହତ ହୋଇଥିବା ୬ ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ