Advertisment

ରଜରେ ଅଘଟଣ; ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ, ଚାଲିଗଲା ହାବିଲଦାରଙ୍କ ଜୀବନ

ଘଟଣାସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ସାରିଛନ୍ତି। ବୋମାଗୁଡ଼ିକୁ ନିଆଁ ଲଗାଇ ନଷ୍ଟ କଲା ବେଳେ ଫୁଟିଥିବା ସୂଚନା ମିଳିଛି। ତେବେ ଏହା ବୋମା ନୁହେଁ, ବାଣ ଥିଲା କହିଲେ ଏଡିସିପି ଅନୀଲ ମିଶ୍ର।

ଅଦ୍ୟତନ ହୋଇଛି
Havildar Dies While Defusing Bomb

Havildar Dies While Defusing Bomb

Advertisment

ରଜରେ ବଡ଼ ଅଘଟଣ। ଜବତ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣ। ଏଥିରେ ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଛି। କଟକରୁ ଆସିଛି ଏଭଳି ଅଭାବନୀୟ ଘଟଣା। ସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ବୋମା। ଏହାକୁ ନିଷ୍କ୍ରିୟ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ବୋମା ନିଷ୍କ୍ରିୟକାରୀ ଟିମରେ ଥିବା ହାବିଲଦାରଙ୍କର ମୃତ୍ୟୁ ହୋଇଛି। ମୃତ ହାବିଲଦାର ହେଲେ ପ୍ରଦୀପ ମଲ୍ଲିକ।

Advertisment

ପ୍ରଦୀପଙ୍କ ଘର କଟକ ପୀରବଜାର। ରିଜର୍ଭ ଅଫିସରେ ହାବିଲଦାର ଭାବେ ଡ୍ୟୁଟି କରୁଥିଲେ ପ୍ରଦୀପ। ସଦର ଥାନାରେ ଜବତ ଥିବା ବୋମାକୁ ନିଷ୍କ୍ରିୟ ପାଇଁ ନେଇଥିଲେ ଟିମ୍‌ର ସଦସ୍ୟ । ଟିମ୍‌ରେ ୩ଜଣ ଥିଲେ। ଆଜି ବୋମା ନିଷ୍କ୍ରିୟକାରୀ ଟିମ୍‌ରେ ତାଙ୍କୁ ସାମିଲ କରାଯାଇଥିଲା।ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାରେ ନିଷ୍କ୍ରିୟ କଲା ବେଳେ ବୋମା ହଠାତ୍ ଫୁଟିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ୍‌କୁ ପଠାଯାଇଛି।

ଅଧିକ ପଢ଼ନ୍ତୁ: ଚାଲିଥିଲା ମୁଗ ଭଜା; ଫାଟିଲା ଗ୍ୟାସ୍‌ ଟାଙ୍କି, ଜିଅନ୍ତା ଜଳିଗଲେ ୩ଜଣ

Advertisment

ଘଟଣାସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ସାରିଛନ୍ତି। ବୋମାଗୁଡ଼ିକୁ ନିଆଁ ଲଗାଇ ନଷ୍ଟ କଲା ବେଳେ ଫୁଟିଥିବା ସୂଚନା ମିଳିଛି। ତେବେ ଏହା ବୋମା ନୁହେଁ, ବାଣ ଥିଲା କହିଲେ ଏଡିସିପି ଅନୀଲ ମିଶ୍ର। ଘଟଣାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଏଡିସିପି।

Bomb Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ