Advertisment

Plane Rolls Back: ବ୍ରେକ୍ ଲଗାଇବାକୁ ଭୁଲିଗଲେ ପାଇଲଟ୍; ପାର୍କିଂ ୱେକୁ ଗଡ଼ିଗଲା ଡବଲ-ଡେକର କମର୍ସିଆଲ୍ ଫ୍ଲାଇଟ୍

ଦୁନିଆର ସବୁଠୁ ବଡ ଡବଲ-ଡେକର ବାଣିଜ୍ୟିକ ବିମାନ ରାତି ପ୍ରାୟ ୮ଟା ସମୟରେ ସିଙ୍ଗାପୁରରୁ ଆସି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା।ବିମାନର ପାର୍କିଂ ବ୍ରେକ୍ ଲଗାଇବାକୁ ଭୁଲିଯାଇଥିଲେ ପାଇଲଟ୍।

Plane

Plane

Advertisment

ବିମାନର ପାର୍କିଂ ବ୍ରେକ୍ ଲଗାଇବାକୁ ଭୁଲିଗଲେ ପାଇଲଟ୍। ପାର୍କିଂ ୱେକୁ ଗଡ଼ିଗଲା ବିଶ୍ୱର ସର୍ବବୃହତ୍ ଡବଲ-ଡେକର କମର୍ସିଆଲ୍ ଫ୍ଲାଇଟ୍। IGI ବିମାନବନ୍ଦରର ପାର୍କିଂ ୱେରେ ଡକ୍ କରିବା ବେଳେ ପଛକୁ ଗଡ଼ିଗଲା ସିଙ୍ଗାପୁର ଏୟାରଲାଇନ୍ସ (SIA) ଏୟାରବସ୍ A380 ବିମାନ। ସୌଭାଗ୍ୟବଶତଃ ଏହା କୌଣସି ବିମାନ କିମ୍ବା ଯାନକୁ ଧକ୍କା ଦେଇ ନଥିଲା। ତୁରନ୍ତ ପାଇଲଟ୍ ବ୍ରେକ୍ ଲଗାଇବାକୁ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି।

Advertisment

ଦୁନିଆର ସବୁଠୁ ବଡ ଡବଲ-ଡେକର ବାଣିଜ୍ୟିକ ବିମାନ ରାତି ପ୍ରାୟ ୮ଟା ସମୟରେ ସିଙ୍ଗାପୁରରୁ ଆସି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା। ବିମାନବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, "ବର୍ଷା ଜଳ ନିଷ୍କାସନ ପାଇଁ ପାର୍କିଂ ୱେରେ ସାମାନ୍ୟ ଗଡାଣି ରହିଛି। ପାର୍କିଂ ୱେରେ ଡକ୍ କରିବା ପରେ ହଠାତ୍ ବିମାନଟି ରାତି ୮ଟା ୧୪ରେ ପଛକୁ ଗଡ଼ିଗଲା। ଏହାପରେ ପାଇଲଟ ପାର୍କିଂ ବ୍ରେକ୍ ଲଗାଇଥିଲେ।"

ବିମାନ ପାର୍କିଂ ବ୍ରେକ୍, ଯାହାକୁ ହ୍ୟାଣ୍ଡ୍ ବ୍ରେକ୍ କିମ୍ବା ଜରୁରୀକାଳୀନ ବ୍ରେକ୍ ମଧ୍ୟ କୁହାଯାଏ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଶିଷ୍ଟ୍ୟ। ଏହା ବିମାନକୁ ପାର୍କିଂ କଲାବେଳେ ଗଡିବାକୁ ଦେଇନଥାଏ। ଏହା କକପିଟରେ ଏକ ଲିଭର ଯାହା ସାଧାରଣତଃ ମୁଖ୍ୟ କଣ୍ଟ୍ରୋଲ୍ ପ୍ୟାନେଲ୍ କିମ୍ବା ପେଡାଲ୍ ନିକଟରେ ରହିଥାଏ। ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (SOP)ରେ କୁହାଯାଇଛି ଯେ ଯେତେବେଳେ ବିମାନ ଅଟକିଯାଏ, ପାର୍କିଂ ବ୍ରେକ୍ ସେଟ୍ ହୋଇଯାଏ ଏବଂ ଇଞ୍ଜିନ ବନ୍ଦ ହୋଇଯାଏ ।

Advertisment

ଅଧିକ ପଢନ୍ତୁ: ଦୁନିଆର ସବୁଠୁ କମ୍ ସମୟର ବିମାନ ଯାତ୍ରା; ୯୦ ସେକେଣ୍ଡରେ ଲକ୍ଷ୍ୟସ୍ଥଳରେ ପହଞ୍ଚେ

ଏହା ପରେ, ଇଞ୍ଜିନିୟରମାନେ ବିମାନର ଚକ ଆଗରେ ଏବଂ ପଛରେ ତ୍ରିକୋଣୀୟ ବ୍ଲକଗୁଡିକ ରଖନ୍ତି। ଏହା ପରେ ପାର୍କିଂ ବ୍ରେକ୍ ଲଗାଯାଏ। ଗତ ଦୁଇ ମାସ ମଧ୍ୟରେ IGI ଏୟାରପୋର୍ଟରେ ଏହା ଦ୍ୱିତୀୟ ଘଟଣା। ଅକ୍ଟୋବର ୫ରେ, ଓମାନ ଏୟାର ବିମାନରେ ପାଇଲଟମାନେ ଇଞ୍ଜିନ ଷ୍ଟାର୍ଟ କରିଥିବା ଅଭିଯୋଗ ହୋଇଥିଲା ।

Advertisment
Delhi Airport Singapore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ