Ghaziabad Woman
ନେପାଳ ହିଂସାରେ ବଡ଼ ଅଘଟଣ । ପଶୁପତିନାଥଙ୍କ ଦର୍ଶନ ପାଇଁ ଯାଇଥିଲେ ୟୁପିର ମହିଳା । କିନ୍ତୁ ହୋଟେଲରେ ଥିଲା ବେଳେ ହେଲା ଆଟାକ୍ ।
ନିଆଁ ଲଗାଇ ଜାଳିଦେଲେ ପୁରା ହୋଟେଲ । ଜୀବନ ବିକଳରେ ୪ ମହଲାରୁ ସ୍ବାମୀ ସହ ଡେଇଁପଡ଼ିଲେ ମହିଳା। ସ୍ବାମୀ ବଞ୍ଚିଗଲେ କିନ୍ତୁ ଚାଲିଗଲା ପତ୍ନୀଙ୍କ ଜୀବନ ।
ତୀର୍ଥ କରିବାକୁ ସ୍ବାମୀଙ୍କ ସହ ନେପାଳ ଯାଇଥିଲେ । ଭଲରେ ଭଲରେ ପଶୁପତିନାଥଙ୍କ ଦର୍ଶନ ବି କଲେ । ପରେ ଦମ୍ପତି ହୋଟେଲରେ ରହିଥିଲେ । ଏହାରି ଭିତରେ ନେପାଳରେ ସୋସିଆଲ ମିଡିଆ ବ୍ୟାନ ହେଲା ଓ ରାସ୍ତାକୁ ଓହ୍ଲାଇଲେ ଜେନ ଜି । ଧିରେ ଧିରେ ବିକ୍ଷୋଭ ଉଗ୍ର ରୂପ ଧାରଣ କଲା । ବିକ୍ଷୋଭକାରୀ ମାନେ ହୋଟେଲରେ ନିଆଁ ଲଗାଇଦେଲେ । ଆଉ ଚାଲିଗଲା ମହିଳାଙ୍କ ଜୀବନ ।
ଅଧିକ ପଢ଼ନ୍ତୁ: କୋଳରେ ବସି ଗାଡ଼ି ଚଲାଇବା ପଡ଼ିଲା ମହଙ୍ଗା, ଭରିଲେ ୧୧ ହଜାର ଟଙ୍କାର ଫାଇନ୍
ସେପ୍ଟେମ୍ଵର ୭ରେ ଗାଜିଆବାଦ ନନ୍ଦିଗ୍ରାମ ଥାନା ମାଷ୍ଟର କଲୋନୀର ରାମବୀର ସିଂ ଗୋଲା ତାଙ୍କ ପତ୍ନୀ ରାଜେଶ ଗୋଲାଙ୍କ ସହ କାଠମାଣ୍ଡୁ ସ୍ଥିତ ପଶୁପତିନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ପଶୁପତିନାଥଙ୍କ ଦର୍ଶନ ପରେ ଦମ୍ପତି କାଠମାଣ୍ଡୁ ସ୍ଥିତ ହୟାତ ରେସିଡେନ୍ସିର ଚତୁର୍ଥ ମହଲାରେ ରହୁଥିଲେ। ଏହି ମଧ୍ୟରେ ନେପାଳରେ ଜେନ୍-ଜିଙ୍କ ବିକ୍ଷୋଭ ତୀବ୍ର ରୂପ ଧାରଣ କରିଥିଲା। ବିକ୍ଷୋଭକାରୀମାନେ ହୋଟେଲରେ ନିଆଁ ଲଗାଇ ଦେଇଥିଲେ। ଫଳରେ ୟୁପି ଦମ୍ପତି ଜୀବନ ବଞ୍ଚାଇବାକୁ ଚାରି ମହଲା ଉପରୁ ଡେଇଁ ପଡ଼ିଥିଲେ।
ଉଦ୍ଧାରକାରୀ ଦଳ ବିଛାଇଥିବା ଗଦି ଉପରେ ଦୁହେଁ ପଡ଼ିଥିଲେ। ହେଲେ ଭାଗ୍ୟରେ କିଛି ଅଲଗା ଲେଖାଥିଲା । ପୁଣି ଆକ୍ରମଣ କଲେ ବିକ୍ଷୋଭକାରୀ । ଏଥିରେ ରାଜେଶ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ରାମବୀର ସିଂ ଗୋଲା ୨ ଦିନ ପରେ ରିଲିଫ ଶିବିରରୁ ମିଳିଛନ୍ତି । ତୀର୍ଥଯାତ୍ରା ଏକ ବଡ଼ ଟ୍ରାଜେଡି ପାଲଟିଗଲା ରାମବୀରଙ୍କ ପରିବାର ପାଇଁ । ଏଭଳି ପରିସ୍ଥିତିରେ ମାଆଙ୍କୁ ହରାଇବେ କେବେ ଭାବିନଥିଲେ ପରିବାର ଲୋକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757641858.jpg)