ବଡ଼ ଅଘଟଣ: ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ, ୯ ଶ୍ରମିକ ଆହତ...

ବୈଦ୍ଧରେ ବଡ଼ ଅଘଟଣ । ଗଛରେ ପିଟି ହୋଇ ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ । ବୌଦ୍ଧ ଥାନା ବୁରପଟା ଛକ ନିକଟରେ ସଡ଼କ ଦୁର୍ଘଟଣା ।

Accident

ବଡ଼ ଖବର । ବୈଦ୍ଧରେ ବଡ଼ ଅଘଟଣ । ଗଛରେ ପିଟି ହୋଇ ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ । ବୌଦ୍ଧ ଥାନା ବୁରପଟା ଛକ ନିକଟରେ ସଡ଼କ ଦୁର୍ଘଟଣା । ଅଘଟଣରେ ୯ ଶ୍ରମିକ ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଧକ୍କା ଦେଲା ପୋଲିସ ଗାଡ଼ି, ପ୍ରତ୍ୟକ୍ଷଦର୍ଶୀ କହିଲେ ନିଶାସକ୍ତ ଥିଲେ ଡ୍ରାଇଭର

ଆହତ ଶ୍ରମିକମାନେ ଇଲେକ୍ଟ୍ରି କାମ ପାଇଁ ଦିଗପହଣ୍ଡିରୁ ସୁବର୍ଣ୍ଣପୁର ଯାଉଥିବା ବେଳେ ବୌଦ୍ଧ ଥାନା ବୁରପଟା ଛକରେ ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି । ଆହତଙ୍କୁ ବର୍ତ୍ତମାନ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।