/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701957881.jpg)
Minor Death
ପେଟ୍ରୋଲ ନିଆଁରେ ଜଳିଗଲା ୫ ବର୍ଷର ଶିଶୁ । ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ । ଏହି ନିଆଁରେ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ । ଘଟଣାରେ ୨ଜଣ ଗୁରୁତର ଅଛନ୍ତି । ୨ ବଖରା ଘର ସହ ସଜା ହୋଇଥିବା ଟେଣ୍ଟ ମଧ୍ୟ ଜଳିଯାଇଛି । ଗାଡିରେ ପେଟ୍ରୋଲ ପକାଇବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ବଡ଼ପଡ଼ା ଗାଁର ରତ୍ନାକର ମଲ୍ଲିକଙ୍କ ପୁଅ ବାହାଘର ବେଳେ ଏହି ଅଘଟଣ ଘଟିଛି । ସୂଚନାନୁଯାୟୀ ବରଯାତ୍ରୀଙ୍କ ବାଇକ୍ରେ ପେଟ୍ରୋଲ ପକାଇବା ପାଇଁ ଗୋଟିଏ ଜାର୍ରେ ପେଟ୍ରୋଲ ଅଣାଯାଇଥିଲା । ବରଯାତ୍ରୀ ଶୋଭାଯାତ୍ରା ବାହାରିବା ପୂର୍ବରୁ ବାଇକ୍ରେ ଯାଉଥିବା ଲୋକଙ୍କୁ ପେଟ୍ରୋଲ୍ ବଣ୍ଟା ଯାଉଥିଲା । ଜଣେ ପରେ ଜଣେ ଆସି ପେଟ୍ରୋଲ୍ ନିଜ ବାଇକ୍ରେ ପକାଉଥିଲେ ।
ତେବେ ଅସାବଧାନତା ଯୋଗୁ ସେହି ପେଟ୍ରୋଲ୍ରେ ନିଆଁ ଲାଗି ଯାଇଥିଲା । ଯାହାଫଳରେ ରତ୍ନାକରଙ୍କ ବନ୍ଧୁଙ୍କ ୫ ବର୍ଷର ଶିଶୁ ପୁତ୍ରର ପୋଡ଼ି ଯାଇଥିଲେ । ପଡୋଶୀ ତପନ ମଲ୍ଲିକ ଓ ଉପେନ୍ଦ୍ର ମଲ୍ଲିକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି ।
ନିଆଁରେ ୨ ବଖରା ଘର ଓ ବାହାଘର ପାଇଁ ସଜା ହୋଇଥିବା ଟେଣ୍ଟ ଜଳିଯାଇଛି । ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପେଟ୍ରୋଲ୍ରେ ସିଗାରେଟ୍ ନିଆଁ ଲାଗିବାରୁ ଏପରି ଭୟଙ୍କର ଘଟଣା ଘଟିଥିବା ଅନୁମାନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)