Girl dies of electric shock
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଝିଅର ଜୀବନ । ଝିଅକୁ ବଞ୍ଚାଇବାକୁ ଯାଇ ପରିବାରର ୪ଜଣ ଗୁରୁତର ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ପାରାଦୀପ କୁଜଙ୍ଗ ଥାନା ବାଲିସାହି ଗାଁରେ ଘଟିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଝିଅ ଆସିବା ପରେ ବାପା-ମା’ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।
ପରେ ପରେ ସେମାନେ ଗୁରୁତର ହେବାରୁ ମୃତ ଝିଅଟିର ଭାଇ ଓ ପଡ଼ୋଶୀ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ହେଲେ ଉଦ୍ଧାର କରିବାରେ ସମସ୍ତେ ବିଫଳ ହେବା ସହ ଗୁରୁତର ହୋଇଛନ୍ତି ।
ସମସ୍ତ ୪ ଗୁରୁତରଙ୍କୁ ଉଦ୍ଧାର ପରେ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ଝିଅକୁ ବଞ୍ଚାଇବାକୁ ଯାଇ ବାପା, ମାଆ, ଭାଇ ଓ ପଡ଼ୋଶୀ ଗୁରୁତର ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି । ହେଲେ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ତାହା ଜଣାପଡ଼ିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686547668.jpg)