Advertisment

ଚାହୁଁ ଚାହୁଁ ଜଳିଗଲା ସରକାରୀ ଔଷଧ ଗୋଦାମ, ଚାରିଆଡ଼େ ଖାଲି ଧୂଆଁମୟ...

ଚାହୁଁ ଚାହୁଁ ଜଳିଗଲା ଔଷଧ ଗୋଦାମ। ଗତକାଲି ରାତିରେ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ଅଦ୍ୟତନ ହୋଇଛି
Odisha State Medical Corporation Warehouse

Panic grips locals after major fire breaks out in Odisha State Medical Corporation warehouse

Advertisment

ଚାହୁଁ ଚାହୁଁ ଜଳିଗଲା ଔଷଧ ଗୋଦାମ। ଗତକାଲି ରାତିରେ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ଛାରଖାର ହୋଇଯାଇଛି ସମ୍ପୂର୍ଣ୍ଣ ଗୋଦାମ। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଲାଗିଥିବା ନିଆଁରେ ପୁରା ଗୋଦାମ ଜଳି ଯାଇଛି। 

Advertisment

ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ବେଶ୍ କିଛି ଦୂର ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। କିଛି ସମୟ ମଧ୍ୟରେ ନିଆଁର ଝାସ ବଢ଼ିବା ସହ ଏହା ଚାରିଆଡ଼େ ବ୍ୟାପି ଯାଇଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ୭ରୁ ଅଧିକ ଗାଡ଼ି ନିଆଁକୁ ଅୟତ୍ତ କରିବାକୁ ଲାଗିଛନ୍ତି। 

ଗୋଦାମ ଘରେ କୋଭିଡ୍ ସାମଗ୍ରୀ, ଯେପରିକି ସାନିଟାଇଜର, ମାସ୍କ, ପିପିଇ କିଟ୍, ସାଲାଇନ୍ ଓ ଅକ୍ସିଜେନ ସିଲିଣ୍ଡର ଥିଲା। ଫଳରେ ନିଆଁର ପରିମାଣ ଅଧିକ ହେବା ସହ ଏହାକୁ ନିୟନ୍ତ୍ରଣ କରିବାକୁ ଅଗ୍ନିଶମ ଟିମ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

Advertisment

ଅଗ୍ନିଶମ ଟିମ୍‌ ଜେସିବି ସହାୟତାରେ କାନ୍ଥକୁ ଭାଙ୍ଗି ଭିତରେ ପଶିଥିଲେ। ଏବେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇନଥିଲେ ବି କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଛି। ଏବେ ବି ଭିତରେ କିଛି ପରିମାଣର ନିଆଁ ଥିବାରୁ ଏହାକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ରେସ୍କ୍ୟୁ ଟିମ୍।

Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ