Advertisment

ପୁଣି ଟ୍ରେନ୍‌ ଦୁର୍ଘଟଣା ! ହୁତୁ ହୁତୁ ହୋଇ ଜଳିଗଲା ଫଲକନୁମା ଏକ୍ସପ୍ରେସ୍

ତୁରନ୍ତ ଟ୍ରେନକୁ ରୋକାଯିବାରୁ ବର୍ତ୍ତିଗଲେ ସବୁ ଯାତ୍ରୀ । କେମିତି ଲାଗିଲା ନିଆଁ, ଚାଲିଛି ତଦନ୍ତ ।

ଅଦ୍ୟତନ ହୋଇଛି
Falaknuma Express Fire Mishap

Falaknuma Express Fire Mishap

Advertisment

ପୁଣି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାରେ ଜଳିଗଲା ଓଡ଼ିଶା ଦେଇ ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସର ତିନିଟି ବଗି । ହେଲେ ସୌଭାଗ୍ୟକୁ ଏତେ ବଡ଼ ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ନିଆଁ ଲାଗିଥିବା ଜଣା ପଡ଼ିବାରୁ ଟ୍ରେନକୁ ତୁରନ୍ତ ରୋକାଯିବାରୁ ସବୁ ଯାତ୍ରୀ ସୁରକ୍ଷିତ ଭାବ ବାହାରିବାକୁ ସକ୍ଷମ ହୋଇଛନ୍ତି। 

Advertisment

ଅଚାନକ ହୁତୁ ହୁତୁ ହୋଇ ଜଳିଥିଲା ଟ୍ରେନ୍ । ବହଳ କଳା ଧୂଆଁରେ ଆଚ୍ଛାଦିତ ହୋଇଗଲା ସାରା ଅଞ୍ଚଳ । ଜଳି ପୋଡ଼ି ଛାରଖାର ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସର ୩ଟି ବଗି। ସ୍ଲିପର କୋଚର S-4, S-5 ଓ S-6 । ଏହା ବାଦ୍ ଅଗ୍ନିକାଣ୍ଡରେ ଆଉ ୪ଟି ବଗି ମଧ୍ୟ ଆଂଶିକ ପ୍ରଭାବିତ ହୋଇଥିବା କୁହାଯାଉଛି।

ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାର ପାଗାଡ଼ିପାଲି-ବୋମାଇପାଲି ମଧ୍ୟରେ ଏଇ ଦୁର୍ଘଟଣା ଘଟିଛି। ହେଲେ ଯାହା ସବୁଠୁ ଆଶ୍ୱସ୍ତିର ବିଷୟ, ସେଇଟି ହେଲା ଏ ଭୟଙ୍କର ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କର କିଛି ବି କ୍ଷତି ହୋଇନାହିଁ। ନିଆଁ ଲାଗିବା କ୍ଷଣି ଠିକଣା ସମୟରେ ଟ୍ରେନ୍‌କୁ ରୋକାଯାଇ ପାରିବାରୁ ସବୁ ଯାତ୍ରୀ ସୁରକ୍ଷିତ ଭାବେ ଟ୍ରେନରୁ ବାହାରି ଆସିବାରେ ସକ୍ଷମ ହୋଇଛନ୍ତି।

Advertisment

ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଏଇ ଘଟଣା ଘଟିଛି। ଯାତ୍ରୀଙ୍କ କହିବା ଅନୁଯାୟୀ, ବୁଦବୁଦକିଆ ଅଗମ୍ୟ ଅଞ୍ଚଳ ଦେଇ ଟ୍ରେନ୍‌ଟି ଯିବା ବେଳେ ପ୍ରଥମେ ଗୋଟିଏ ବଗିରେ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଟ୍ରେନକୁ ରୋକି ଦିଆଯାଇଥିଲା । ମୁହୂର୍ତ୍ତକ ଭିତରେ ଆତଙ୍କ ଖେଳିଯାଇଥିଲା ଯାତ୍ରୀଙ୍କ ଭିତରେ। ଜୀବନ ବିକଳରେ ସବୁ ଯାତ୍ରୀ ତୁରନ୍ତ ଟ୍ରେନରୁ ଓହ୍ଲାଇ ପଡ଼ିବା ପରେ ହିଁ ତାର କରାଳ ରୂପ ଦେଖାଇଥିଲା ନିଆଁ।

ଅଗମ୍ୟ ଅଞ୍ଚଳ ହୋଇଥିବାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ କାରଣରୁ ନିଆଁ ବ୍ୟାପିବାରେ ଲାଗିଥିଲା । ତେବେ ପରେ ପାଖାପାଖି ୫ଟି ଦମକଳ ଗାଡ଼ି ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିବା ରେଲୱେ ପକ୍ଷରୁ କୁହାଯାଇଛି । ଅପରପକ୍ଷେ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଯୋଗାଯୋଗର ସୁବିଧା ନଥିବାରୁ ଯାତ୍ରୀମାନଙ୍କୁ ପାଖାପାଖି ୪ କିଲୋମିଟର ବାଟ ଚାଲି ଚାଲି ଆସିବାକୁ ପଡ଼ିଛି। ଏହାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବସ ଯୋଗେ ସିକନ୍ଦରାବାଦ ଯିବାର ବ୍ୟବସ୍ଥା କରାଯାଇଥିଲା।

Advertisment

ତେବେ କେଉଁ ପରିସ୍ଥିତିରେ ଟ୍ରେନରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନଥିଲା ବେଲେ ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ ହୋଇଥିବା ଦକ୍ଷିଣ-କେନ୍ଦ୍ରୀୟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ନିଆଁ ଲାଗିଥିବା ବଗିଗୁଡ଼ିକୁ ଅଲଗା କରାଯିବା ପରେ ପାଖାପାଖି ୨ ଘଣ୍ଟା ପରେ ୧୫ଟି ବଗିକୁ ନେଇ ସିକନ୍ଦରାବାଦ ଷ୍ଟେସନ ପହଞ୍ଚିଥିଲା ଫଲକନମା ଏକ୍ସପ୍ରେସ୍ । ଏତେବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିବାରୁ ଆଶ୍ୱସ୍ତ ଯାତ୍ରୀ ।

ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଏପର୍ଯ୍ୟନ୍ତ 3ଟି ଯାତ୍ରୀବାହୀ ଟ୍ରେନରେ ନିଆଁ ଲାଗିବା ଚିନ୍ତାକୁ ବଢ଼ାଇଛି। ଜୁନ୍ ୬ ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ସିକନ୍ଦରାବାଦ୍-ଅଗରତାଲା ଟ୍ରେନର ଏକ ଏସି କୋଚରେ ସର୍ଟ ସର୍କିଟ କାରଣରୁ ଧୂଆଁ ବାହାରିବା ଦେଖି ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ଏହାପରେ ନୂଆପଡ଼ା ଖରିଆର ରୋଡରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ମଧ୍ୟ ଏକ ଏସି ବଗି ତଳେ ଥିବା ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କ ହୋଇ ନିଆଁ ଲାଗିଯାଇଥିଲା। ହେଲେ ସୌଭାଗ୍ୟକୁ ଏ ଦୁଇଟି ଘଟଣାରେ ବି କାହାରି କୌଣସି କ୍ଷତି ହୋଇ ନଥିଲା।

Train Accident Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ