Advertisment

Car Accident: ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା କାର୍‌

ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୁଣାକଟକ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରୁ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲା। ପରେ ସମସ୍ତଙ୍କୁ ପୁରୁଣାକଟକ ମେଡିକାଲ୍‌ରେ ଭର୍ତ୍ତି କରିଥିଲା।

Car Accident

Car Accident

Advertisment

ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ଦ୍ରୁତଗାମୀ କାର୍‌। ଆଉ ଚାଲିଗଲା କାର୍‌ ଚାଳକଙ୍କ ଜୀବନ। ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି ୪ ଯୁବକ। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି।

Advertisment

କନ୍ଧମାଳ ଜିଲ୍ଲା ରାଣୀପଥର ଗାଁର ଗଙ୍ଗା ମଲ୍ଲିକ କାର୍‌ରେ ୪ ଜଣଙ୍କୁ ଧରି ଫୁଲବାଣୀ ଅଭିମୁଖେ ଯାଉଥିଲେ। ତେବେ କାର୍‌ଟି ଦ୍ରୁତ ଗତିଆରେ ଯାଉଥିବା ବେଳେ ପୁରୁଣାକଟକ ଥାନା ଝାଡ୍ରାଜିଙ୍ଗ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱର ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ କାର ଚାଳକ ଗଙ୍ଗାଙ୍କ ମୃତ୍ୟୁ ଘଟିଥିଲା। ତେବେ କାର ଭିତରେ ଥିବା ୪ ଯୁବକ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୁଣାକଟକ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରୁ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲା। ପରେ ସମସ୍ତଙ୍କୁ ପୁରୁଣାକଟକ ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ଅନ୍ୟପକ୍ଷରେ ପୋଲିସ୍‌ ଡ୍ରାଇଭରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ମୃତକ ଓ ଆହତଙ୍କ ଘର କନ୍ଧମାଳ ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି।

Advertisment
Boudh Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ