Advertisment

Road Accident: ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍‌

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ମୋ ବସ୍। ଦୁର୍ଘଟଣାରେ ପରିବା ବ୍ୟବସାୟୀ ଜଣଙ୍କ ଆହତ ହୋଇଛନ୍ତି। କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ ଛକରେ ଏହି ଦୁର୍ଘଟଣା ଘଟିଛି। ଆହତ ପରିବା ବ୍ୟବସାୟୀ ଜଣଙ୍କ ହେଲେ ବିକାଶ ସ୍ୱାଇଁ(୨୫)।

Advertisment

ଆଜି ସକାଳେ ବିକାଶ ବଜାରରୁ ପରିବା ନେଇ ନିଜ ଲୁନାରେ ଘରକୁ ଫେରୁଥିଲେ। ଏହି ସମୟରେ ଖାନନଗର ମଲାଚଣ୍ଡିଆ ଟ୍ରାଫିକ ଛକରେ 'ମୋ ବସ୍‌'ଟି ବିକାଶଙ୍କୁ ଧକ୍କା ଦେଇଥିଲା। ବିକାଶ ତଳେ ଛିଟିକି ପଡ଼ି ଯାଇଥିଲେ। ତାଙ୍କ ଗାଡ଼ିରେ ଥିବା ପରିବା ଚାରିଆଡେ ଛିନଛତ୍ର ହୋଇ ପଡ଼ି ଯାଇଥିଲା। ସେଠାରେ ଥିବା ଉପସ୍ଥିତ ଲୋକେ ବିକାଶଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।  

Advertisment

ସୂଚନାଯୋଗ୍ୟ, କିଛି ଦିନ ତଳେ ଭୁବନେଶ୍ୱର ସ୍ଥିତ ରଘୁନାଥପୁର ନିକଟରେ ମୋ ବସ୍‌ ଧକ୍କାରେ  ନାବାଳିକାର ମୃତ୍ୟୁ ଘଟିଥିଲା। ଝିଅଟି ସାଇକେଲ ନେଇ ଘରକୁ ଫେରୁଥିବା ବେଳେ ମୋ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଝିଅଟିର ମୃତ୍ୟୁ ଘଟିଥିଲା। ପୁଲିସ ମୋ ବସ୍ ଡ୍ରାଇଭରକୁ ଗିରଫ କରିଥିଲା।

ଅଧିକ ପଢ଼ନ୍ତୁ: ରାସ୍ତାରେ ଲୋଟିଛି ସାଇକେଲ୍... ଆଗରେ ଝୁଲିଛି ବିସ୍କୁଟ ଜରି...।

Cuttack Road Accident Mo Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ