Advertisment

ମନେପକାଇ ଦେଲା ୨୦୦୯ର ଟ୍ରେନ୍‌ ଦୁର୍ଘଟଣା: ସେଦିନ ବି ଥିଲା ଶୁକ୍ରବାର, ସେଇ କରମଣ୍ଡଳ

ସଂଯୋଗର ବିଷୟ, ସେଦିନ ଥିଲା ଶୁକ୍ରବାର, ଆଜି ବି ସେହି ଶୁକ୍ରବାର

ଅଦ୍ୟତନ ହୋଇଛି
on same fateful Friday coromandel express met with an accident in 2009

on same fateful Friday coromandel express met with an accident in 2009

Advertisment

ଆଜିର ଟ୍ରେନ୍ ଦୁର୍ଘଟଣା ମନେପକାଇ ଦେଲା ୨୦୦୯ର ଘଟଣା। ୨୦୦୯ରେ ବି ଓଡ଼ିଶାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା କରମଣ୍ଡଳ। ହାୱଡ଼ାରୁ ଚେନ୍ନାଇ ଯିବା ବେଳେ ଯାଜପୁର ରୋଡ୍‌ରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ସମ୍ମୁଖୀନ କରମଣ୍ଡଳର ୧୩ଟି ବଗି ଓଲଟି ପଡ଼ିଥିଲା।

Advertisment

ସେହି ଦୁର୍ଘଟଣାରେ କରମଣ୍ଡଳର ୧୬ ଯାତ୍ରୀ ମୃତ୍ୟୁବରଣ କରିଥିଲେ। ୧୬୧ ଯାତ୍ରୀ ଉକ୍ତ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ସଂଯୋଗର ବିଷୟ, ସେଦିନ ଥିଲା ଶୁକ୍ରବାର, ଆଜି ବି ସେହି ଶୁକ୍ରବାର। 

ବାଲେଶ୍ୱର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଏଯାବତ୍‌ ୭୦ରୁ ଅଧିକ ମୃତ୍ୟୁ ଘଟିଛି। ଏଥିରେ କରମଣ୍ଡଳର ୧୫ ବଗି ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସର ୨ ବଗି ଲାଇନଚ୍ୟୁତ ହୋଇଛି। କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା।

Advertisment

ଫଳରେ ଉଭୟ ଏକ୍ସପ୍ରେସର ଅନେକ ବଗି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୭୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଟ୍ରେନ୍ ତଳେ ଚାପି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ୨୨ ଜଣିଆ ଏନଡିଆରଏଫ୍ ଟିମ୍ ପହଞ୍ଚିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ